ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ କଲେ ପରିବାର ଲୋକେ
ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଡ଼ଙ୍ଗୀ) -ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିସ୍ତି ନପାଇବାରୁ ଦୀର୍ଘ ବର୍ଷ ଅପେକ୍ଷା କରିବା ପରେ ଶେଷରେ ନିଜ ପରିବାରଙ୍କ ସହ କିରୋସିନି ଜାର ଧରି ନିଶ୍ଚିନ୍ତକୋଇଲି ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତୀ ପାଇଁ ବସିଲେ ପରିବାର ଲୋକେ । ଘଟଣା ହେଉଛିି ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଂଚାୟତ କୃଷ୍ଣଦାସପୁର ଗ୍ରାମର ଏକ ଦଳିତ ପରିବାର ଗୃହ ଯୋଗାଇଦେବା ଦାବି ନେଇ ନିଶ୍ଚିନ୍ତକୋଇଲି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତୀ ଦେବାକୁ ଉଦ୍ୟମ କରିଥିଲେ । ଏହି ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ୨୦୦୫-୦୬ ଆର୍ଥୀକ ବର୍ଷରେ ଓରତି ଗ୍ରାମପଂଚାୟତ କୃଷ୍ଣଦାସପୁର ଗ୍ରାମର ଦଳିତ ଶୁକଦେବ ମଳିକଙ୍କ ପତ୍ନୀ ନିର ମଳିକଙ୍କ ନାମରେ ସରକାରଙ୍କ ତରଫରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ବ୍ଳକ ପ୍ରଶାସନ ତରଫରୁ ପ୍ରଥମ କିସ୍ତି ବାବଦରେ ୬ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଟଙ୍କାରେ ନିର ଗୃହ ନିର୍ମାଣ କରିଥିଲେ । ମାତ୍ର ପ୍ରଶାସନ ତରଫରୁ ତାଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇ ନଥିଲା । ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ନେତାମାନଙ୍କୁ ଅବଗତ କରାଇଥିଲେ । ହେଲେ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇନଥିଲା । ପରିବାରଙ୍କ କଥା କେହିନଶୁଣିବାରୁ ସେ ତାଙ୍କ ପରିବାରବର୍ଗଙ୍କୁ ଧରି ଘରତିଆରି ପଇସା ପାଇବା ପାଇଁ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଜାର ଧରି ଆତ୍ମହୁତୀ ଦେବା ପାଇଁ ବସିଥିଲେ । ଅନ୍ୟପଟେ ବିଡିଓ କର୍ଣ୍ଣଦେବ ସମାଦ୍ଧାର ଆସି ସମ୍ପୃକ୍ତ ପରିବାର ସହ ଆଲୋଚନା କରି ଏହାର ତଦନ୍ତ କରାଯାଇ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ବ୍ଲକ ପ୍ରଶାସନ ତରଫରୁ ଏହି ଘଟଣାଣ ସଠିକ୍ ତଦନ୍ତ କରାଯାଇ ଗରିବ ପରିବାରକୁ ଘର ତିଆରି କରିବା ପାଇଁ କିସ୍ତି ପଇସା ଯୋଗାଇଦେବା ନିମନ୍ତେ ଦାବି ହୋଇଛି ।