ହେଡଲାଇନସ୍:

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କନିଷ୍ଠ +୨ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କୋଭିଡ-୧୯, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଯୁକ୍ତ ଦୁଇ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରୀ ମାନେ ଟୀକା ଗ୍ରହଣ କରିବା ସହିତ ସାମାଜିକ ଦୂରତା , ମାସ୍କ ଧାରଣ କରିବା , ହାତ ଧୋଇବା ବିଷୟରେ ସଚେତନତା କରାଯାଇଥିଲା।
ଟୀକାକରଣର ପ୍ରଥମ ଦିନରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ କୁମାର ମହାରଣା , ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ , ଏନ୍.ଏସ୍.ଏସ୍ ଅଧିକାରୀ ଯଥା ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଏହି ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସୁନନ୍ଦା ପାଢୀ , ଏ ଏନ୍ ଏମ୍ ସନ୍ତୋଷୀ କୁମାରୀ ଜେନା ଓ ଡି.ଓ ଫାଲଗୁଲା ରାଓ ଯୋଗଦେଇ ଉପସ୍ଥିତ ୧୮୦ ରୁ ଉର୍ଦ୍ଧ୍ବ ଛାତ୍ରୀ ମାନଙ୍କୁ ଟୀକାକରଣ କରାଇଥିଲେ।
ଟୀକାକରଣ ପରେ ଏନ୍.ଏସ୍.ଏସ୍ ଅଧିକାରୀ ଡ଼. ପାଣିଗ୍ରାହୀ କରୋନା ସମ୍ବନ୍ଧୀୟ ସମସ୍ୟା , ସଚେତନତା ଓ ପଦକ୍ଷେପ ବିଷୟରେ ବୁଝାଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଦେବୀ ଶିକ୍ଷାର୍ଥୀ ମାନଙ୍କୁ ସରକାରୀଙ୍କର କରୋନା ମାର୍ଗଦର୍ଶୀକା ପାଳନ କରିବା ପାଇଁ ବୁଝାଇଥିଲେ।
ଏହିକାର୍ଯ୍ୟକ୍ରମ ୮-୧-୨୦୨୧ ଠାରୁ ଆରମ୍ଭ ହେଇ ୧୦-୧-୨୦୨୧ ତାରିଖ ପର୍ଯ୍ୟନ୍ତ ଚାଲୁରହିଥିଲା।

0
0
0
s2sdefault