ହେଡଲାଇନସ୍:

କୋଭିଡ-19 ପରିଚାଳନା ସଂକ୍ରାନ୍ତ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲାରେ କୋଭିଡ-19 ସୁପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରଙ୍କ ଅଧକ୍ଷତାରେ ଭ୍ରଚ୍ୟୁଏଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l କୋଭିଡ ବିତିଭୂମି ସମ୍ପର୍କରେ ଆଲୋଚନା କରି ଜିଲ୍ଲାପାଳ କହିଲେ କୋଭିଡ ହସ୍ପିଟାଲ, ପାରାଦ୍ୱୀପ କାର୍ଯ୍ୟକ୍ଷେମ ରହିଛି l 65 ଟି ବେଡ଼ ସହିତ 5 ଟି ଆଇସିୟୁ ବେଡ ରହିଛି l ଏତତବ୍ୟତୀତ ଜିଲ୍ଳାରେ 3ଟି କୋଭିଡ କେୟାର ସେଣ୍ଟର ତୁରନ୍ତ କାର୍ଯ୍ୟାକ୍ଷେମ କରିବାକୁ ଜିଲ୍ଲାପାଳ ନିଦେଶ ଦେଇଥିଲେ l 70 ବେଡ଼ ବିଶିଷ୍ଟ ପାରାଦ୍ୱୀପ କଲେଜ ବାଳିକା ହଷ୍ଟେଲକୁ ସଫା ସୁତୁରା ଓ ବେଡ଼ ଵେବସ୍ତା କରିବାକୁ ପୂର୍ତ୍ତ ବିଭାଗ ଓ ପୌରପାରିଷଦ, ପାରାଦ୍ୱୀପ 14ଜାନୁୟାରୀ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିଦ୍ଦେଶ ଦେଇଥିଲେ l ପାରାଦ୍ୱୀପ ରେଣାଳ ହାଉସିଂ କଂପ୍ଲେକ୍ସରେ 30ବେଡ଼ ବିଶିଷ୍ଟ କୋଭିଡ କ୍ଳେୟାର ସେଣ୍ଟର କାଯ୍ୟକ୍ରମ ହେବ l ସରଳା ଦେବି କଲ୍ୟାଣ ମଣ୍ଡପ, ଜଗତସିଂହପୁରରେ 30 ବେଡ଼ ବିଶିଷ୍ଟ ସେଣ୍ଟର 2ଦିନ ମଧ୍ୟରେ ପ୍ରସ୍ତୁତ ରଖିବାକୁ ନିର୍ବାହୀ ଅଧିକାରୀ ଜଗତସିଂହପୁରକୁ ଜିଲ୍ଲାପାଳ ନିଦ୍ଦେଶ ଦେଇଥିଲେ l ସମସ୍ତ କୋଭିଡ କାୟାର ସେଣ୍ଟରରେ ଟୟଲେଟ ସୁଦ୍ଧ ପାନ୍ୟ ଜଳ, ପରିଷ୍କାର ପରିଚ୍ଛନ ରଖିବା ସହିତ ଆକ୍ସିଜେନ ସୁବିଧା ରହିବ l ପାରାଦ୍ୱୀପ ଅତିରିକ୍ତ ଜିଲ୍ଲପାଳ ସମସ୍ତ ବିଷୟ ତଦାରଖ କରିବେ l କ୍ୟାମ୍ପ ମାଧ୍ୟମରେ ଆଇଓସିଏଲ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାରେ 15 ରୁ 18 ବର୍ଷ ପିଲାମାନଙ୍କୁ କୋଭିଡ (କୋଭାକସିନ)ଟୀକା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଆଜିଠାରୁ ଜିଲ୍ଲାରେ ହେଲଥ କେୟାର ୱାର୍କର, ଫ୍ରଣଲାଇନ ୱାର୍କର ଓ ଷାଠିଏ ବର୍ଷରୁ ଉର୍ଦ୍ଧ କୋମଵୀଡ଼ିଟି ଥିବା ଏବଂ ୨ୟ ଡୋଜ ୯ ମାସ ପୁରିଥିବା ବ୍ୟକ୍ତିଙ୍କୁ ଡୋଜ ପ୍ରଦାନ କରାଯାଉଛି l ସଦର ମହଜୁମାସ୍ଥିତ ନିଉ ଓ. ପି. ଡ଼ି ବିଲଡିଂ, ଥାନା ଓ ଟାଉନହଲ ସହିତ ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ (ପ୍ରିକସନ ଡୋଜ ) ପ୍ରଦାନ କରାଯାଉଛି l ୧୫ ବର୍ଷରୁ ୧୮ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଟୀକା ପ୍ରଦାନ କରାଯିବ l ଆଜି ୮ ଟି ବ୍ଲକର ୧୬ ଟି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ କୋଭାକସିନ ଟୀକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି l ବି.ଡି.ଓ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ସହିତ ସମନ୍ୱୟରେ ମେଡିକାଲ ଅଫିସରମାନେ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କୁ ମେଡିସିନ କିଟ ପ୍ରଦାନ କରିବେ l କୋଭିଡର ତୃତୀୟ ଲହର ଆରମ୍ଭ ହୋଇଥିବାରୁ ସମସ୍ତ ବି. ଡି. ଓ, ତହସିଲଦାର ନିର୍ବାହୀ ଅଧିକାରୀ, ରାଜସ୍ବ ନିରୀକ୍ଷକ ମାନେ କୋଭିଡ ମାର୍ଗଦର୍ଶିକା ଯଥା ମାସ୍କ ପରିଧାନ, ହାତ ସାନିଟାଈଜ ଓ ସାମାଜିକ ଦୂରତା ମାନୁନଥିବା ଲୋକ, ଦୋକାନୀ ମାନଙ୍କ,,ନୋ ମାସ୍କ ନୋ ଗୁଡ଼ସ,, ଦୋକାନ ଆଗରେ ଲେଖି ମାରିବେ l ସମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନ ସମ୍ମୁଖୀରେ ଗୋଲ ଚି଼ହ୍ନ କରିବେ l ସାନିଟାଇଜର ସହିତ ହାତ ଧୋଇବା ବ୍ୟବସ୍ଥା କରିବେ l ଦୋକାନ ଆଗରେ ବାରିକେଡ଼ କରିବା ସହିତ ରେଜିଷ୍ଟର ମେଣ୍ଟେନ କରିବେ l

ଆସନ୍ତା କାଲିଠାରୁ ସମସ୍ତ ବି. ଡି. ଓ ଓ ନିର୍ବାହୀ ଅଧିକାରୀମାନେ ମାଇକ ମାଧ୍ୟମରେ ଜନସାଧାରଣ ଙ୍କୁ କୋଭିଡ଼ ସଚେତନତା ଉପରେ ସୂଚନା ଦେବେ l 15ରୁ 18 ବର୍ଷର ଛାତ୍ରଛାତ୍ରୀ ମାନେ ଆଧାର କାର୍ଡ ଆଣି ଯେପରି ସ୍କୁଲରେ ଟୀକା ନେବେ ସେଥିପାଇଁ ବ୍ଲକ ଶିକ୍ଷା ଅଧିକାରୀ ଓ ସଂପୃକ୍ତ ପ୍ରଧାନ ଶିକ୍ଷକ ମାନେ ସୁନିଶ୍ଚିତ କରାଇବେ l ଯେଉଁ କର୍ମଚାରୀ ମାନେ ଥଣ୍ଡା କିମ୍ବା ଜ୍ୱର ଅନୁଭବ କରିବେ ସେମାନେ କାର୍ଯ୍ୟାଳୟ ଆସିବେ ନାହିଁ l ଧାନମଣ୍ଡିମାନଙ୍କରେ କୋଭିଡ ମାର୍ଗ ଦର୍ଶିକା ପାଳନ ପୂର୍ବକ ଚାଷୀମାନଙ୍କ ଠାରୁ ଧାନକ୍ରୟ କରାଯିବ l ତହସିଲଦାର ମାନେ ବଜାର କମିଟି ସଦସ୍ୟଙ୍କ ସହ ବୈଠକ କରାଇ କୋଭିଡ ମାର୍ଗ ଦର୍ଶିକା କଡାକଡି ପାଳନ ନିମନ୍ତେ ସଚେତନ କରାଇବେ l ବାହାଘର, ଅନ୍ତେଷ୍ଟି କ୍ରିୟା ପାଳନ ଯେମିତି କୋଭିଡ ମାର୍ଗ ଦର୍ଶିକା ସଠିକ ପାଳନ ହୁଏ ସେଥିପ୍ରତି ତହସିଲଦାର, ନିର୍ବାହୀ ଅଧିକାରୀ ଓ ପୋଲିସ ତଦାରଖ କରିବେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଶ୍ରୀ କାହ୍ନୁଚରଣ ଧୀର, ପ୍ରକଳ୍ପ ନିର୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ତ୍ୟ ଅଧିକାରୀ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ସମସ୍ତ ବି. ଡି. ଓ., ତହସିଲଦାର, ନିର୍ବାହୀ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଆର. ଏଣ୍ଡ. ବି., ଜିଲ୍ଲା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

0
0
0
s2sdefault