ଜଗତସିଂହପୁର/ସୁମନ୍ତ କୁମାର ଦାସ : ସୋମବାର ଅପରାହ୍ନରେ ବାଲିକୁଦା ତହସିଲ କାର୍ଯ୍ୟଳୟ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ, ମୁଖ୍ୟ ଅତିଥି ଓ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ କରିଥିଲେ l ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ତଥା ଖଲିକୁଦା ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ନୂତନ ତହସିଲ କାର୍ଯ୍ୟଳୟ ନିର୍ମାଣ ନିମନ୍ତେ 99,89,000.00 ଟଙ୍କା ଅନୁମୋଦନ କରିଛନ୍ତି l ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅସୁସ୍ଥତା ସତ୍ୱେ ସେ ଫୋନ ମାଧ୍ୟମରେ ଶିଳାନ୍ୟାସ ଉତ୍ସବ ସମ୍ପର୍କରେ ସବିଶେଷ ତଦାରଖ କରିଥିଲେ l
ଶିଳାନ୍ୟାସ ଉତ୍ସବଟି ସଫଳତା ସହିତ ସମ୍ପୂର୍ଣ ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ l ମନ୍ତ୍ରୀ ଶ୍ରୀ ଦାସ ଖାଲିକୁଦା ମାଟିକୁ ଏତେ ଭଲ ପାଆନ୍ତି ଏହାର ବିକାଶ ପାଇଁ ସଦା ସର୍ବଦା ଉପସ୍ଥିତ ଉଦ୍ୟମ ଜାରି ରଖିଛନ୍ତି l ପୁରୁଣା ତହସିଲ କାର୍ଯ୍ୟାଳୟ କୋଠାରୁ ପାଣି ଗଳୁଥିବାରୁ ନୂତନ ଗୃହ ନିର୍ମାଣ ର ଆବଶ୍ୟକତା ଥିଲା ଏହି ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିକାଶ ଦ୍ୱାରା କରାଯିବ l ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ କହିଲେ ନୂତନ ଗୃହ ନିର୍ମାଣ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ପ୍ରଚେଷ୍ଟାରେ ହୋଇଥିବାରୁ ଭୁୟସି ପ୍ରଂଶସା କରିଥିଲେ l ଏହି ଉତ୍ସବ ରେ ବାଲିକୁଦା ତହସିଲଦାର ଶ୍ରୀ ସିଂଦ୍ଧାର୍ଥ ଶଙ୍କର ସାହୁ,ଶ୍ରୀ ପ୍ରକାଶ ପ୍ରଧାନ, ଶ୍ରୀକାନ୍ତ ଦାସ, ହରିଶ୍ଚନ୍ଦ୍ର ଶତପଥି, ଯୁବନେତା ଆଦିତ୍ୟ ରଞ୍ଜନ ଦାସ, ଜ୍ୟୋତି ରଞ୍ଜନ ପରିଡା, ଯୁଗଳ କିଶୋର ମହାନ୍ତି ଉପସ୍ଥିତ ରହିଥିଲେ l