ମେଲଛାମୁଣ୍ଡା(ମନୋଜ ଭୋଇ) - ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପଣ୍ଡରିପାଣି ଖେଳ ପଡିଆ ଠାରେ ଏଏମସିି କ୍ଳବର ଯୁବକ ମାନଙ୍କ ଉଦ୍ୟମକ୍ରମେ ସପ୍ତାହ ବ୍ୟାପି ଚାଲିଥିବା ୨୫ ତମ ଆକାଶ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏଏମସିସି ଟୁର୍ଣ୍ଣାମେଂଟର ୨୫ ବର୍ଷ ପୂର୍ତି ଅବସରରେ ସିଲଭର ଜୁବୁଲି ପାଳନ ମହାସମାରୋହରେ କରିଛି । ଟୁର୍ଣ୍ଣାମେଂଟରେ ତାଳପଦର ଦଳ ଚଂପିଆନ ଘୋଷିତ ହୋଇଥିବା ବେଳେ ଉପରବାହାଲ ଦଳ ଉପବିଜେତା ଘୋଷିତ ହୋଇଥିଲେ । ଏହି ଅବସରରେ ଶରତ ଚାନ୍ଦଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପଦ୍ମପୁର ବିଧାୟକଙ୍କ ପୁତ୍ର ତଥା ପ୍ରତିନିଧି ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି, ବ୍ଳକ ବିଜେଡି ସଭାପତୀ ପରମାନନ୍ଦ ସାହା, ବ୍ଳକ ଯୁବ ବିଜେଡି ସଭାପତୀ ମୁନକୁ ପୁରୋହିତ, ଗୁଦେରପାଲି ଗ୍ରାପ ସମିତିସଭ୍ୟ ରାମଚନ୍ଦ୍ର ପାତ୍ର, ସୁବାଷ ପଧାନ, ସାମ୍ବାଦିକ ମନୋଜ ଭୋଇ, ସାମ୍ବାଦିକ ପ୍ରଦିପ ସାହୁ, ରାଜକୁମାର କଲେତ, ନରେନ୍ଦ୍ର ଜାଲ, ଜଗଦିଶ ଲୁହା, ପ୍ରମୋଦ ପାଣିଗ୍ରାହୀ, ରତିକାନ୍ତ ବେହେରା ପ୍ରମୁଖ ସମ୍ମନୀତ ଅତିଥି ଭାବେ ମଂଚାସିନ ଥିଲେ ।
ଆମନ୍ତ୍ରୀତ ଅତିଥି ଗଣ ବିଜେତା ତାଲପଦର ଏବଂ ଉପବିଜେତା ଉପରବାହାଲ ଦଳର ଖେଳାଳି ମାନଙ୍କୁ ଟ୍ରଫି ସହ ପୁରସ୍କୃତ କରିଥିଲେ । ଏହି ଅବସରରେ ପଣ୍ଡରିପାଣି ଗ୍ରାମର ଜଗଜିତ ସିଂ ଲୁହା, ବଲଜିତ ସିଂ ଲୁହା ଓ ସୌରଭ କଲେତ ପ୍ରମୁଖ ତିନି ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳିଙ୍କୁ ସମ୍ମନୀତ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ଟୁର୍ଣ୍ଣାମେଂଟରେ ୧୬ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲିଗ ମ୍ୟାଚ ଜିତି ପ୍ରଥମ ସେମିଫାଇନାଲ ଉପରବାହାଲ ଓ ନଅଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମେଲଛାମୁଣ୍ଡା ଓ ତାଳପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଉପରବାହାଲ ଦଳ ପ୍ରଥମେ ବ୍ୟାଟିଙ୍ଗକରି ୮ ଓଭର ବିନିମୟରେ ୬୭ ରନ ସଂଗ୍ରହ କରିଥିବା ବେଳେ ତାଳପଦର ଦଳ ଆବଶ୍ୟକ ରନକୁ ୭ ଓଭର ୫ ବଳରେ ସଂଗ୍ରହ କରି ନେଇଥିଲା । କାର୍ଯ୍ୟକ୍ରମ ସବୁକୁ ଏଏମସିସିର ସଭ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ସୁଶିଲ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।