ଜଗତସିଂହପୁର /ସୁମନ୍ତ କୁମାର ଦାସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କୁ ଉପରେ ଆକ୍ରମଣ ଓ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗର ପ୍ରତିବାଦରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ଵରେ ସ୍ଥାନୀୟ ଗାନ୍ଧିଛକ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ମୌନ ଧାରଣା ଦିଆଯାଇଥିଲା l
ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ନାଥ ବିଶ୍ୱାଳ, ମିଡ଼ିଆ ସେଇ ଅଧକ୍ଷ ଗଣେଶ ପ୍ରସାଦ ମହାନ୍ତି, ସାଧାରଣ ସଂପାଦାକ ଜଗନ୍ନାଥ ଦାସ, ନଗର ସଭାପତି ଅକ୍ଷୟ କୁମାର ପାତ୍ର, ମଣ୍ଡଳ ସଭାପତି ଶିଶିର ପାତ୍ର,ଚିତ ରଂଜନ ପଣ୍ଡା, ଓ ଧନେଶ୍ୱର ରାୟ, ପ୍ରଭତି ଧାରଣାରେ ବସିଥିଲ l ଅନ୍ୟମାନଙ୍କ ମଧ୍ୟରେ ନିହାର କାନ୍ତ ପତି, ଲକ୍ଷ୍ମୀଧର ବିଶ୍ୱାଳ, ତୁଷର ରଥ, ଚନ୍ଦନ ଦାସ, ରୁଦ୍ର ପ୍ରସାଦ ବିଶ୍ୱାଳ, ଦିଲିପ କୁମାର ଦାସ, ଅମିୟ ବିଶ୍ୱାଳ, ରବିନାରାୟଣ ସାହୁ, ରାଜେନ୍ଦ୍ର ବିଶୋଇ, ସମୀରରଂଜିତ ନାୟକ, ଦିବାକର ସେଠୀ, ସୁଯ୍ୟନାରାୟଣ ନାୟକ,ଅଜୟ କୁମାର ତ୍ରିପାଠୀ, ରଂଜିତ ମହାନ୍ତି,ହେମନ୍ତ କୁମାର ପଲାଉ,କାଳନ୍ଦୀ ବେଲୁରା, ରମେଶ ଚନ୍ଦ୍ର ଦାସ, ପ୍ରିୟବ୍ରତ ମଲ୍ଲିକ, କୁତାମ କିଶ୍ବର ସର୍ଜନ ସିଂ, କ୍ଷେତ୍ରମୋହନ ପଲେଇ ଓ ରାଜ ନାରାୟଣ ସାହୁ ପ୍ରଭୁତି ଯୋଗ ଦେଇଥିଲେ l ପ୍ରଥମେ ବାପୁଜୀଙ୍କ ବେକରେ ଫୁଲମାଳା ଅର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇ ଧାରଣା ଆରମ୍ଭ ହୋଇଥିଲା l ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଧାରଣା ପ୍ରତ୍ୟାହୃତ କରାଯାଇଥିଲା