"ବିଦାୟୀ ୫ ବର୍ଷର ପଂଚାୟତ କର୍ମକର୍ତ୍ତାଙ୍କ କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚ୍ଚକୋଟୀର।"
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତ କର୍ମକର୍ତ୍ତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଝାଡେଶ୍ୱରପୁର ସରପଞ୍ଚ ଶ୍ରୀମତୀ ସୁଜାତା ଦାସଙ୍କ ସଭାପତିତ୍ୱ ରେ ଏହି ପଂଚାୟତ କର୍ମକର୍ତ୍ତା ସମ୍ବର୍ଦ୍ଧିତ ଉତ୍ସବରେ ମୁଖ୍ୟଅତିଥି ଭାବେ ୨୭ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ଯୋଗଦାନ କରି ପଂଚାୟତରେ ୫ ବର୍ଷ ଧରି ଲୋକମାନଙ୍କ ପାଇଁ କାର୍ଯ୍ୟ କରିଆସୁଥିବା ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର, ଆଶା, ଅଙ୍ଗନବାଡି କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠି ମହିଳା,ଆଇନଜୀବୀ, ବରିଷ୍ଟ ନାଗରିକ ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମର୍ଦ୍ଧିତ କରିଥିଲେ । ଏହି ପଂଚାୟତର ସରପଞ୍ଚ ଆୟୋଜନ କରିଥିବା ଏଭଳି ଏକ ଅଭିନବ କାର୍ଯ୍ୟକୁ ଗଭୀର ପ୍ରଶଂସା କରିଥିଲେ ଶ୍ରୀମତୀ ପଣ୍ଡା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ଦାସ ଯୋଗଦାନ କରି ଏହି ପାଞ୍ଚବର୍ଷ ର ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ବିକାଶମୁଖୀ ରହିଥିଲା ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତ୍ୟନ୍ତ ଉଚ୍ଚକୋଟୀର ବେହେଲା ବାଦକ ବଳରାମ ବେହେରା, ସମିତିସଭ୍ୟ ଆନନ୍ଦ ଦାସ, ନାଏବ ସରପଞ୍ଚ ବାବାଜୀ ରାଉତ, ସମାଜସେବୀ ବିଭୁତିଭୁଷଣ ଦାସ, ବ୍ରଜମୋହନ ପଣ୍ଡା, ଭିଏଲଡବ୍ଲୁ ଶିଶିର କୁମାର ମଲ୍ଲିକ, ଗ୍ରାମ ରୋଜଗାର ସେବକ ଚନ୍ଦ୍ରଶେଖର ବେହେରା, ବିଜେଡି ପଂଚାୟତ ସଭାପତି କାହ୍ନୁଚରଣ ଦାସ,ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ସଭାନେତ୍ରୀ ଅଯୋଧ୍ୟା ଭାରତୀ, ସମ୍ପାଦିକା ଭାନୁପ୍ରିୟା ବେହେରା ଙ୍କ ସମେତ ଗ୍ରାମପଂଚାୟତର ଆଶା, ଅଙ୍ଗନବାଡି କର୍ମୀ , ୱାର୍ଡମେମ୍ବର ସଭ୍ୟ ସଭ୍ୟା, ବରିଷ୍ଠ ନାଗରିକ ଙ୍କ ସହ ପଂଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ତେବେ ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିବା ସହ ପୂର୍ବଭଳି ଆଗକୁ ମଧ୍ୟ ଲୋକମାନଙ୍କ ପାଖରେ ରହି ଲୋକମାନଙ୍କ ସେବା କରିବା ପାଇଁ ସମସ୍ତ ପଂଚାୟତ କର୍ମକର୍ତ୍ତା ଶପଥ ଗ୍ରହଣ କରିଥିଲେ ।