ବରଗଡ :-ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ସଂକ୍ରମଣ କୁ ନଜରରେ ରଖି ଇତିମଧ୍ୟରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରି ଦେଇଥିବା ବେଳେ , ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ତଥା ବଦାନ୍ୟ ବ୍ୟକ୍ତି ମାନଙ୍କର ମଧ୍ୟ ତତ୍ପରତା ବୃଦ୍ଧି ପାଇବାରେ ଲାଗିଛି । ଆଜି ଶାସକ ପ୍ରଶାସକ ର ଉଦ୍ୟମ କ୍ରମେ , ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ସହାୟତାରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପବିତ୍ର ପୀଠ ଠାରେ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ରମେଶ ବାରିକ ଙ୍କର ଦ୍ୱାରା କୋରୋନା ସଚେତନତା ସହିତ ମନ୍ଦିରକୁ ଆଇଥିବା ଶ୍ରଦ୍ଧାଳୁ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି ଅବସରରେ ତୀର୍ଥଯାତ୍ରୀ ମାନଙ୍କୁ କୋରୋନା ନିୟମ ପାଳନ କରିବା ସହିତ ସବୁବେଳେ ମାସ୍କ ପରିଧାନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଜନସାଧାରଣ ଙ୍କର ସୁରକ୍ଷା ପାଇଁ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମ ପାଇଁ ପଲ୍ଲୀ ଆଲୋକ ପାଠାଗାର ର ସମସ୍ତ ସ୍ବେଚ୍ଛାସେବୀ , ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଓ ସାମ୍ବାଦିକ ଶ୍ରୀ ବାରିକ ଙ୍କୁ ଶାସକ ପ୍ରଶାସକ ତରଫରୁ ଅନେକ ଅନେକ ଧନ୍ୟବାଦ ।
ରାଜ୍ୟ
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ କୋରୋନା ସଚେତନତା ଓ ମାସ୍କ ବଣ୍ଟନ
- Hits: 1348