ହେଡଲାଇନସ୍:

୭୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦରେ ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳ ଅଞ୍ଚଳବାସୀଙ୍କ ପାଇଁ ହେବ ବୃହତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

  • ୧୦ ରୁ ଉର୍ଦ୍ଧ୍ବ ପଂଚାୟତର ଲୋକଙ୍କ ପାଇଁ ଯୋଗାଇବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଶାସନରେ ପ୍ରଗତି ପରେ ପ୍ରଗତି ଲାଗିରହିଛି ଯାହାପାଇଁ ଗ୍ରାମାଞ୍ଚଳ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକ ଙ୍କ ପାଖରେ ଜଣେ ଆଦରଣୀୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ସମସ୍ତ ଜନମାନସରେ ପରିଚିତ ହୋଇପାରିଛନ୍ତି । ସେହିପରି ଆଉ ଏକ ବିକାଶର ଚିତ୍ର ରାଜ୍ୟ ପଂଚାୟତିରାଜ,ପାନୀୟଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ବିକାଶମୁଖୀ ନେତୃତ୍ୱରେ ଦ୍ୱିପାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ଏହି ଅବସରରେ ଅସୁରେଶ୍ଵର ଗ୍ରାମ ପଂଚାୟତ ମା ମଙ୍ଗଳା ମନ୍ଦିର କୂଳ ଗାଁ ଇଶାଳୋ ହନୁମାନ ମନ୍ଦିର ଠାରେ ୭୦ କୋଟି ଟଙ୍କା ବେୟରେ ଏକ ବୃହତ ପାନୀୟଜଳ ପ୍ରକଳ୍ପ ମୁଖ୍ୟଅତିଥି ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି ପାନୀୟଜଳ ପ୍ରକଳ୍ପ ହେବା ଦ୍ବାରା ଲୁଣା ଚିତ୍ରୋତୋଳା ଦ୍ଵିପାଞ୍ଚଳର ନିଶ୍ଚିନ୍ତକୋଇଲି ବ୍ଲକର ଅସୁରେଶ୍ଵର, କେରିଲୋ, ତରତଶାସନ, ବନ୍ଧକାଟିଆ, ଝାଡେଶ୍ୱରପୁର, ଦାଉଦପୁର,ଜମରା, ଓରତି ,ନରେନ୍ଦ୍ରପୁର, ବାଲିଆପଦା, କେଣ୍ଟାଳୋ, ତିଳକଣା,ନେମାଳ ଆଦି ବହୁ ଗ୍ରାମପଂଚାୟତ ର ଜନସାଧରଣ ଙ୍କ ଘରେ ଘରେ ଚବିଶ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଓଭରହେଡ ଟ୍ୟାଙ୍କ ଓ ଟ୍ୟାପ ଯୋଗେ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ମନ୍ତ୍ରୀ ପ୍ରତାପ ଜେନା ଙ୍କ ପାଇଁ ଏହା ସଫଳ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ଅଞ୍ଚଳବାସୀ ମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ବ୍ଲକ ଅଧକ୍ଷା ସବିତା ଓଝା, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା,ସମାଜସେବୀ ହିମାଂଶୁ ଶେଖର ମହାନ୍ତି,ବ୍ରଜମୋହନ ପଣ୍ଡା , ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁ,ପାନୀୟଜଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତ, ଏସଡିଓ ଜ୍ୟୋତିରଞ୍ଜନ ଦାସ, ଜେଇ ସତ୍ୟରଞ୍ଜନ ଭୋଇ, ସରପଞ୍ଚ ଜିତେନ୍ଦ୍ର କୁମାର ମିଶ୍ର, ସମିତିସଭ୍ୟ ପ୍ରମୋଦ କୁମାର ପରିଡା, ଛାତ୍ର ବିଜେଡି ସଭାପତି ସତ୍ୟଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ, ଶୁଭେନ୍ଦୁ ରଥ, ଏମଡି ଅମିନ ଖାଁ ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ । ଶେଷରେ ହନୁମାନ ମନ୍ଦିର ନିକଟରେ ଏକ ଉଜ୍ଜ୍ୱଳ ଆଲୋକୀକରଣ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା ।

0
0
0
s2sdefault