ଭୁବନେଶ୍ୱର,- ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଜିଲ୍ଲାର ଦୁଇଟି 5-ଟି ସ୍କୁଲ ପରିଦର୍ଶନ ସହ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I
ଆଜି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ଦୁଇଟି 5-ଟି ସ୍କୁଲ ବୁଲି ଦେଖିବା ସହ ଏହାର ସୁନ୍ଦର ପରିବେଶ ଏବଂ ଉନ୍ନତ ଶୈକ୍ଷିକ ବାତାବରଣକୁ ବେଶ ପ୍ରଶଂସା କରିଥିଲେ I ମାଲକାନଗିରି ଅଞ୍ଚଳର ପିଲାମାନଙ୍କୁ ମାଗଣାରେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଏବଂ ଏହି 5-ଟି ସ୍କୁଲ ନିର୍ମାଣ ଫଳରେ ସଫଳ ହୋଇପାରିବ ବୋଲି କହିଥିଲେ I
ଆଜିର ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ଭରଚୁଆଲ ଯୋଗେ ଉଦଘାଟିତ ହୋଇଥିବା ବହୁମୁଖୀ ଇନଡୋର ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ I ଆଗାମୀ ଦିନରେ ଉନ୍ନତ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା, ସୁଦୃଢ କ୍ରୀଡ଼ା ଭିତ୍ତିଭୂମି ଓ ସାମଗ୍ରିକ ବିକାଶ ସହ ମାଲକାନଗିରି ଜିଲ୍ଲା ପ୍ରଗତି ଶୀର୍ଷରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ I
ରାଜ୍ୟ
ମାଲକାନଗିରି ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହ ଦୁଇଟି 5-ଟି ସ୍କୁଲ ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି
- Hits: 332