ଭୁବନେଶ୍ୱର,: ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ତିନି ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି I ମନ୍ତ୍ରୀ ଶ୍ରୀ ବେହେରା ଆଜି ଜିଲ୍ଲାର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଘରକୁ ଘର ବୁଲି ସହାୟତା ରାଶି ପ୍ରଦାନ କରିଥିଲେ I ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ହିତାଧିକାରୀଙ୍କୁ ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନଙ୍କ ଏହି ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ I ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ବେହେରା ଗତକାଲି ମାଲକାନଗିରି ବ୍ଲକର ବିଭିନ୍ନ ହିତାଧିକାରୀଙ୍କୁ ନିଜ ହାତରେ ଏହି ସହାୟତା ରାଶି ପ୍ରଦାନ କରିଥିଲେ I ଗରିବ କଲ୍ୟାଣକାରୀ ଯୋଜନା ବାବଦ ଅର୍ଥକୁ ହିତାଧିକାରୀଙ୍କ ଘରେ ପହଂଚାଇବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଗାଁ କୁ ଗାଁ ବୁଲୁଥିବା ଦେଖି ଅଞ୍ଚଳରେ ବେଶ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା I
ରାଜ୍ୟ
ପଡିଆ ଓ କାଲିମେଳା ବ୍ଲକରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
- Hits: 535