ବାସୁଦେବପୁର(ପ୍ରତାପ ପାଢ଼ୀ) : ଆଜି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବାଲି ମୁଣ୍ଡା, ନନ୍ଦ ପାଟଣା, ବଡ଼ ହାବେଲି ସାହି ଜନ ସାଧାରଣ ଙ୍କ ତରଫ ରୁ ସାମୁହିକ ଗଣ ଧାରଣା ଦିଆ ଯାଇଛି। ସୂଚନା ଥାଉ କି ପୂର୍ବରୁ ଘୋଷିତ ହୋଇଥିବା ଏ ଆ ର ପୋର୍ଟ ଉକ୍ତ ସ୍ଥାନ ମାନଙ୍କରେ ରେ ହେବାକୁ ଥିବାରୁ ଗ୍ରାମ ବାସି ଏହାକୁ ସ୍ଵାଗତ କରିବା ସହ ବିଭିନ୍ନ ଦାବି ରଖାଯାଇଥିଲା। ଉକ୍ତ ଦାବି ଗୁଡ଼ିକ ସମ୍ପର୍କ ରେ ସରକାର କୌଣସି ନଜର ନ ଦେଇ ପୋର୍ଟ କାମ ଆରମ୍ଭ କରିବାକୁ ଥିବା ବେଳେ ତିନି ଗୋଟି ମୌଜା ବାଲି ମୁଣ୍ଡା, ନନ୍ଦ ପାଟଣା, ବଡ଼ ହ।ବେଳି ସାହି ର ଜନ ସାଧାରଣ ଗଣ ଧାରଣା ରେ ବସିଥିଲେ। ତିନି ଗୋଟି ମୌଜା ର ଲୋକ ମାନଙ୍କୁ ଦଶ ଲକ୍ଷ ଟଙ୍କା ଓ ପରିବାର କୁ ଥଇ ଥାନ ପାଇଁ ୫୦ ଦିସି ମିଲ୍ ଜାଗା ଦିଆ ଯାଉ।ପ୍ରତେକ ବିସ୍ଥାପିତ ପରିବାର କୁ ନିଯୁକ୍ତି, ଜମି ହରେଇ ଥିବା ପରିବାର କୁ ସରକାରୀ ମୂଲ୍ୟ ର ତିନି ଗୁଣା ମୂଲ୍ୟ ଦେବା ଦାବିରେ ଗଣ ଧାରଣା ଦିଆ ଯାଇଛି। ଦୁଇ ଦିନ ଧରି ଚାଲି ଥିବା ଗଣ ଧାରଣା ରେ ଆଜି ଭଦ୍ରକ ଉପ ଜିଲ୍ଲାପାଳ, ଧାମରା ପୋର୍ଟ ସି ଇ ଓ, ବାସୁଦେବପୁର ଓ ଚାନ୍ଦବାଲି ତହସିଲଦାର ପ୍ରମୁଖ ଉପସ୍ଥିତ ରହି ବୁଝା ସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ରାଜ୍ୟ
ବିଭିନ୍ନ ଦାବି ନେଇ ତିନି ମୌଜା ଜନ ସାଧାରଣ ଙ୍କ ଗଣ ଧାରଣା।
- Hits: 350