ହେଡଲାଇନସ୍:

ମାଲକାନଗିରି ଜିଲାର ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ତୁଷାରକାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲ ଯୋଗେ ସମଗ୍ର ରାଜ୍ୟରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର କରିଥିବା ହିତାଧିକାରୀଙ୍କୁ ସେମାନଙ୍କର ଘର ମରାମତି ପାଇଁ 3 ହଜାର ଟଙ୍କା ସହାୟତା ଯୋଜନାର ଶୁଭାରମ୍ଭ କରିବା ପରେ ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାରେ ଉପସ୍ଥିତ ରହି ହିତାଧିକାରୀକାରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି I ଆଜିଠୁ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ବିଭିନ୍ନ ହିତାଧିକାରୀଙ୍କୁ ନିଜ ହାତରେ ଏହି ସହାୟତା ରାଶି ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ I ଗରିବ ମାନଙ୍କ ସୁଖ ଦୁଃଖର ସାଥି ତଥା ରାଜ୍ୟବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି କଲ୍ୟାଣକାରୀ ଯୋଜନା ବାବଦ ଅର୍ଥକୁ ହିତାଧିକାରୀଙ୍କ ଘରେ ପହଂଚାଇବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ନିଜେ ଆସିଥିବାରୁ ଜିଲ୍ଲାରେ ବେଶ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା I

ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ବ୍ଲକର ବିଭିନ୍ନ ହିତାଧିକାରୀଙ୍କୁ ଏହି ଯୋଜନା ବାବଦ ଅର୍ଥରାଶି ପ୍ରଦାନ କରିଥିବା ବେଳେ ପଡିଆ ଓ କାଲିମେଳା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତକୁ ଯାଇ ଏହି ଯୋଜନା ଅର୍ଥ ହିତାଧିକାରୀଙ୍କୁ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି I

0
0
0
s2sdefault