ନିଶ୍ଚିନ୍ତକୋଇଲି / ଦେବେନ୍ଦ୍ର ଷଡ଼ଙ୍ଗୀ :- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନାହାଙ୍ଗ ଗ୍ରାମପଂଚାୟତର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି ଓ ରେଣୁବାଳା ମହାନ୍ତିଙ୍କ ପୁତ୍ର ତଥା ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନ ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି ଚେନ୍ନାଇସ୍ଥିତ ହିନ୍ଦୁସ୍ଥାନ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନସ ଡ଼ିମଡ଼ ଟୁ ବି ୟୁନିଭରସିଟି ରୁ ପିଏଚଡ଼ି ଉପାଧି ହାସଲ କରିପାରିଛନ୍ତି । କମ୍ପ୍ୟୁଟର ଆପ୍ଳିକେସନ ର ପ୍ରଫେସର ଓ ଏଚଓଡ଼ି ଡ଼ଃ.ରଞ୍ଜନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “କନସୋଲିଡେ଼ସନ ଆଣ୍ଡ ସିଡ଼ୁ୍ୟଲିଂ ଟେକନିକ୍ ଫର୍ ଇମ୍ପ୍ରୁଭିଙ୍ଗ ଜବ ଏକଜୁ୍ୟସିନ ଇନ ହ୍ୟାଡ଼ୁପ୍ କ୍ଲଷ୍ଟର” ଶୀର୍ଷକ ସନ୍ଦର୍ଭ ପ୍ରସ୍ତୁତି କରିଥିଲେ । ତାଙ୍କର ଏହି ସନ୍ଦର୍ଭଟିକୁ ଚେନ୍ନାଇ ସ୍ଥିତ ହିନ୍ଦୁସ୍ଥାନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ବିଭାଗର ଡ଼ିନ୍ ଡ଼ଃ.ଉପୁ ରାମଚନ୍ଦ୍ରାୟା, ନାମ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜି କ ।ଟକର ସୂଚନାପ୍ରଯୁକ୍ତି ବିଜ୍ଞାନ ଓ ଇଂଜିନିୟରିଂ ବିଭାଗର ପ୍ରଫେସର ଡ଼ଃ.ବାଲା ଶୁଭ୍ରମନି ଆର ଓ ଆନ୍ଧ୍ରପ୍ରଦେଶର କେ.ଆଇ.ଡ଼ିମଡ଼ ଟୁ ବି ବିଶ୍ୱବିଦ୍ୟାଳୟର କମ୍ପୁ୍ୟଟର ବିଜ୍ଞାନ ବିଭାଗର ପ୍ରଫେସର ଡ଼ଃ.କେ.ଭି.ଭି ସତ୍ୟନାରାୟଣ ଙ୍କ ଉଚ୍ଚ ପ୍ରଶଂସିତ ହୋଇଥିଲା । ଶ୍ରୀ ଅମରେନ୍ଦ୍ର ଉମରସ୍ଥିତ ଆୟକର ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ସିଂ ଓ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକା ସିଂଙ୍କ ଜାମାତା ଅଟନ୍ତି । ଶ୍ରୀ ଅମରେନ୍ଦ୍ର ଏବେ ଚେନ୍ନାଇସ୍ଥିତ ର୍ଫଡ଼ ମୋଫର ପ୍ରାଇଭେଟ ଲିମିଟେଡ଼ ରେ ପ୍ରଡ଼କ୍ଟ ମ୍ୟାନେଜର ରୂପେ କାର୍ଯ୍ୟ ତୁଲାଉଛନ୍ତି । ପୂର୍ବରୁ ଆମେରିକାର କାଲିଫୋର୍ଣ୍ଣିଆ ରେ ସଫ୍ଟୱାର ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଏହି ସଫଳତା ପାଇଁ ତାଙ୍କ ପିତା ,ମାତା, ଦାଦା ଶ୍ରୀ ବିଜୟ କୁମାର ମହାନ୍ତି,ସମସ୍ତ ଗୁରୁ, ବନ୍ଧୁ ତଥା ମାର୍ଗଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ଅମରେନ୍ଦ୍ର । ଏହି କାର୍ଯ୍ୟରେ ଚିରନ୍ତର ସହଯୋଗ କରିଥିବା ତାଙ୍କର ପତ୍ନୀ ତଥା ସିଟି କରପୋରେସନ ଇଣ୍ଡିଆ ଉପସଭାପତି ଶ୍ରୀମତି ସାଗ୍ନିକା , ଝିଅ ଅମ୍ନକା, ପୁତ୍ର ଅମ୍ନିକ , ସମସ୍ତ ସାଙ୍ଗସାଥୀ ଓ ଭାଇ ଭଉଣୀମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ଏହି ସଫଳତା ପାଇଁ ବହୁ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ,ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନର ସମସ୍ତ କର୍ମକ ।ର୍ ଶ୍ରୀ ଅମରେନ୍ଦ୍ର ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି ।
ରାଜ୍ୟ
କମ୍ପ୍ୟୁଟର ଆପ୍ଲିକେସନରେ ପିଏଚଡ଼ି ଲାଭ କଲେ "ଆମ ମାହାଙ୍ଗା" ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି
- Hits: 399