ପଦ୍ମପୁର (ଶାସକପ୍ରଶାସକ)- ବିଭିନ୍ନ ଜାଗାକୁ ସଂଯୋଗ କରିବା ପାଇଁ ତିଆରି ଚାଲିଛି ସେତୁ । ସେତୁ ତିଆରି ହେଲେ ଲୋକ ସୁବିଧାରେ ଯିବା ଆସିବା କରିପାରିବେ । ବର୍ଷା ଦିନରେ ବିପଦପୂର୍ଣ୍ଣ ଭରା ନଇ ପାରି ହେବାକୁ ପଡିବନି କିମ୍ବା ଅନ୍ୟ ରାସ୍ତା ଦେଇ ବୁଲିକି ଯିବାକୁ ପଡିବନି । ଏହି ସୁବିଧା ପାଇଁ ସରକାର ବିଭିନ୍ନ ନଇ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ଦ୍ବାରା ସେତୁ ମାନ ତିଆରି କରୁଛନ୍ତି । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଗୁଦେରପାଲି ଘେଁସାଲି ଠାରେ ନିର୍ମାଣ ହେଉଛି ସେତୁ । ଅତି ବିପଦପୂର୍ଣ୍ଣ ଭାବରେ ଏହି ସେତୁ ତିଆରି ହେଉଥିବା ଦେଖିବାକୁ ମିଲୁଛି । ଯେହେତୁ ଏହି ରାସ୍ତାଟି ଏକ ପୂରୂଣା ରାସ୍ତା | ରାସ୍ତାରେ ଲୋକ ମାନେ ଯିବା ଆସିବା କରୁଛନ୍ତି । ସେତୁ ତିଆରି କରୁଥିବା ଠିକା ସଂସ୍ଥା ବିନା କୌଣସି ସତର୍କ ସୂଚନା ଦେଇ ରାସ୍ତାକୁ ଲାଗି ବଡ଼ବଡ଼ ଗାତ ଖୋଲି ଦେଇଛି, ଯାହା ଫଳରେ ଲୋକମାନେ ତଥା ଯାନବାହନ ଏହି ଗାତରେ ପଡି ଦୁର୍ଘଟଣା ହୋଇ ଜୀବନ ଯିବାର ସମ୍ଭାବନା ରହିଛି । ଅନ୍ୟପଟେ ଏଠାରେ ନିମ୍ନ ମାନର ପଥର ଗେଟି ବ୍ୟବହାର ହେଉଥିବା ଦେଖିବାକୁ ମିଲିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହାକି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ସରକାରୀ କାମ କରାଗଲେ ସେଠାରେ ସୂଚନା ଫଳକ ରହିଥାଏ |
ହେଲେ ବିଡ଼ମ୍ବନାର ବିଷୟ ସେତୁ କାମ ଚାଲିଛି ହେଲେ ସୂଚନା ଫଳକ ନାହିଁ । ସୂଚନା ଫଳକ କେଉଁ କାରଣରୁ ଦିଆ ଯାଇନାହିଁ ତାହା ଏବେ ପ୍ରଶ୍ନବାଚୀ । ବିଭାଗୀୟ ଅଧିକାରୀ ଜାଣିଶୁଣି ଚୁପ ଅଛନ୍ତି ନାଁ ଠିକାଦାରଙ୍କ ମନମାନି କାମ ଚାଲିଛି ତାହା ଚର୍ଚ୍ଚାର ବିଷୟ ।