ହେଡଲାଇନସ୍:

ଦୀର୍ଘ ଆଠ ବର୍ଷ ସଙ୍ଘର୍ଷ ପରେ ଶିକ୍ଷକ ପାଇଲେ ନ୍ୟାୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର / ସୁମନ୍ତ ଦାସ : ମନୋଜ କୁମାର ସେଠି, ବୃତ୍ତିରେ ଜଣେ ଶିକ୍ଷକ | ନିଜ ଜ୍ଞାନ ଦାନ କରି ଦେଶର ଭବିଷ୍ୟତ ତିଆରି କରିଥାନ୍ତି l ହେଲେ ତାଙ୍କ ପ୍ରତି ହୋଇଥିବା ଅବିଚାରର ଅନ୍ତ ଘଟିଛି | ଦୀର୍ଘ ଆଠ ବର୍ଷ ସଙ୍ଘର୍ଷ ପରେ ଶିକ୍ଷକଙ୍କୁ ନ୍ୟାୟ ମିଳିଛି, ଗଣ ଶିକ୍ଷା ବିଭାଗର ତରଫରୁ ଚାକିରର ନିୟମିତ ହେବା ଚିଠିଟି ମିଳିଯାଇଛି l ଯେଉଁଥିପାଇଁ ଶିକ୍ଷକଙ୍କ ଖୁସି କହିଲେ ନ ସରେ l ତାଙ୍କର ବକେୟା ପ୍ରାପ୍ୟ ସହିତ ଚାକିର ନିୟମିତ ହେବାକୁ ଯାଉଛି l ଏହି ୮ ବର୍ଷ ସଙ୍ଘର୍ଷ ମଧ୍ୟରେ ସେ ତାଙ୍କ ମା ଙ୍କ ଚିକିତ୍ସା କରିନପାରି ମା'ଙ୍କୁ ହରାଇଥିଲେ l ବର୍ତ୍ତମାନ ଚିକିତ୍ସା ଅଭାବରୁ ବାପା ମଧ୍ୟ ଶଯ୍ୟାଶାୟୀ ଅଛନ୍ତି l ବିଭିନ୍ନ ଶିକ୍ଷା ବିଭାଗର କର୍ମଚାରୀମାନଙ୍କୁ ବାରମ୍ବାର ତାଙ୍କ ପାଖକୁ ଯାଇ ଦେଖାକରି ଅସଫଳ ହେବା ସହିତ ନିଜର ଅସ୍ତିତ୍ୱ ହରାଇଥିଲେ ଶିକ୍ଷକ ମନୋଜ କୁମାର ସେଠି l ସେ ଜଣେ ଶିକ୍ଷକ ହେଇ ମଧ୍ୟ ମିଥ୍ୟା ଅଭିଯୋଗରେ ଜେଲ ଯାଇଥିଲେ l ଏଭଳି l ଲଜ୍ୟାଜନକ ଘଟଣା ପରେ ସେ ମାନସିକ ଓ ଶାରରିକ ଭାବେ ଦୁର୍ବଳ ହୋଇଯାଇଥିଲେ l ଆର୍ଥିକ ଅବସ୍ଥା ମଧ୍ୟ ଅସହାୟ କରିଦେଇଥିଲା l ଶେଷରେ ମନୋଜ କୁମାର ସେଠି ଜିଲ୍ଲାପାଳ ଅଫିସ ସାମନାରେ ଆମରଣ ଅନଶନରେ ବସିଥିଲେ l ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ଦଳିତ ବିକାଶ ପରିଷଦ ର ସଭାପତି ଶଙ୍କର ଦାସ l ଯିଏକି ମନୋଜଙ୍କ ନ୍ୟାୟ ପାଇଁ ବିଭିନ୍ନ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖୁଥିଲେ ଏବଂ ସୂଚନା ମାଗିଥିଲେ l ଶଙ୍କର ଦାସଙ୍କ ୬ ମାସ ପରିଶ୍ରମ ପରେ ଶିକ୍ଷକ ମନୋଜଙ୍କୁ ନ୍ୟାୟ ମିଳିଛି l ସେଥିପାଇଁ ଶିକ୍ଷକ ମନୋଜ କୁମାର ସେଠି, ଦଳିତ ବିକାଶ ପରିଷଦର ସଭାପତି ଶଙ୍କର କୁମାର ଦାସ, ମିଡ଼ିଆ(ସାମ୍ବାଦିକ)ବନ୍ଧୁ,ଜିଲ୍ଲା ର କେତେକ ଉଚ୍ଚପଦସ୍ଥ କର୍ମଚାରୀ ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି |

0
0
0
s2sdefault