ନୂଆପଡାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ୩୫୩ ନମ୍ବର ଜାତୀୟ ରାଜପଥ ଖଡିଆଳ ସହର ଭିତରେ ପ୍ରତ୍ୟେକ ୧୦୦ ରୁ ୨୦୦ ମିଟରରେ ଏକ ଫୁଟର ଗାତ ରହିଛି । ଏହି ରାସ୍ତାରେ ଛତିଶଗଡ ରାୟପୁର ଠାରୁ ବ୍ରହ୍ମପୁର ଗୋପାଳପୁର ପର୍ଯ୍ୟନ୍ତ ୫୫୦ କିଲୋମିଟର ରାସ୍ତା ଲମ୍ବିଛି । ଯାହା ଫଳରେ ଏହି ରାସ୍ତା ଦେଇ କେରଳ, ତାମିଳନାଡୁ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶତଡ ଦେଇ ଦୈନିକ ସହ ସହ ମାଳ ବୋଝେଇ ଭାରିଯାନ ଗୁଡିକ ଯାତାୟତ କରୁଛି । ଜାତୀୟ ରାଜପଥ ବିଭାଗ ଏହି ବଡ ବଡ ଖାଲ ସହିତ ଅନେକ ସ୍ଥାନ ଗୁଡିକରେ ଖାଲଖମାଗୁଡିକୁ ମରାମତି କରୁ ନ ଥିବା ଦ୍ରୁତଗତି ରେ ଆସୁଥିବା ଭାରିଯାନ ଗୁଡିକ ଦୁର୍ଘଟଣାର ଶୀକାର ହେବା ସହିତ ଅନେକ ଭାରିଯାନ ଗୁଡିକର ଇଞ୍ଜିନ ପଟା ଛିଣ୍ଡି ଯାଉଥିବା ଦେଖିବାକୁ ମିଳିଛି । ପୁଣି ସ୍ଥାନୀୟ ଅଞ୍ଚଳରେ ଯାତାୟତ କରୁଥିବା କାର ଓ ଦୁଇ ଚକିଆ ଯାନ ଗୁଡିକ ଏହି ଖାଳରେ ପଡି ଦୁର୍ଘଟଣା ର ଶୀକାର ହେଉଛନ୍ତି । ଏ ବିଷୟରେ ବାରମ୍ବାର ଖଡିଆଳ ଜାତୀୟ ରାଜପଥ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଖାଳ ଖମାର ଗୁଡିକୁ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।