ହେଡଲାଇନସ୍:

ଯୁବପୀଢୀକୁ ବର୍ବାଦ କରୁଛି ନିଶା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ର ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ

ବରଗଡ଼ :- ବରଗଡ଼ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରୁ ଦୀର୍ଘ ବର୍ଷ ହେଲା ଶହ ଶହ ଡାକ୍ତର ବାହାରି ସମାଜ ସେବାରେ ନିଜକୁ ନିୟୋଜିତ କରି ସାରିଥିବା ବେଳେ ଏହି ଅନୁଷ୍ଠାନ ରୁ ହଜାର ହଜାର ରୋଗୀ ଭଲ ହୋଇ ସୁଚାରୁ ଭାବରେ ଜୀବନ ଯାପନ କରୁଛନ୍ତି । କେବଳ ପାଠ ପଢ଼ା ଓ ଚିକିତ୍ସା କ୍ଷେତ୍ରରେ ନୁହେଁ ଅନେକ ସାମାଜିକ ସେଵାରେ ଏହି ଅନୁଷ୍ଠାନ ନିଜକୁ ସାମିଲ କରି ଏକ ଉଦାହରଣ ସୃଷ୍ଟି କରି ପାରିଛି । ଆଜିକାର ସମାଜରେ ନିଶା ଦ୍ରବ୍ୟର ସେବନ କେବଳ ନିଶା ଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତି କୁ ନୁହେଁ ତାର ପୁରା ପରିବାର ଓ ସମାଜକୁ ବର୍ବାଦ କରି ଦେଉଛି । ମୁଖ୍ୟତଃ ଯୁବସମାଜ ନିଶା ଦ୍ରବ୍ୟର ବ୍ୟବହାର କରି ଅନେକ ପ୍ରକାର ଅପରାଧ କରୁଥିବା ଅନେକ ଉଦାହରଣ ରହିଛି
ଆଜି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ତରଫରୁ ସମାଜ କୁ ବର୍ବାଦ କରୁଥିବା ଏହି ନିଶା ଦ୍ରବ୍ୟର କୁପରିଣତି ଉପରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରାଯାଇଛି । ପାଇକମାଲ ମୁଖ୍ୟ ଛକ ଠାରେ ଏହି କାର୍ଯ୍ୟକ୍ରମ କୁ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ଅନୁଷ୍ଠାନ ର ସମ୍ପାଦକ ତଥା ପ୍ରଶାସକ ଶ୍ରୀ ମନୋଜ କୁମାର ତ୍ରିବେଦୀ , ଅଧ୍ୟକ୍ଷା ଡାକ୍ତର କେ ଟି ରାଉତରାୟ , ଶ୍ରୀ ବିନୋଦ କଲିଆ ପ୍ରମୁଖ ଉଦ୍ଘାଟନ କରିଥିଲେ । ଡା, ଯଶୋବନ୍ତ ସାହୁ , ଡା ମଧୁସୂଦନ ମେହେର , ଡା ସଂଜୀବ ପ୍ରଧାନ , ଡା ଆଖିଲେସ ସାହୁ , ଡା ଅନୀଲ ପଟେଲ , ଡା ସଂଯୁକ୍ତା ସେନ ଗୁପ୍ତା , ଡା ବିଦ୍ୟା ପଟେଲ , ଡା ଜଗବନ୍ଧୁ ମିଶ୍ର , ଡା ସୁରେନ୍ଦ୍ର ପଟେଲ ଙ୍କର ମାର୍ଗଦର୍ଶନ ଓ ପ୍ରୟାସ କ୍ରମେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବର୍ବ ଅଭିନୟ କରି ଲୋକଙ୍କୁ ସଚେତନତା ର ବାର୍ତା ଦେଇଥିଲେ । ଅନୁଷ୍ଠାନ ର ଏହି ପ୍ରୟାସ କୁ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି ।

0
0
0
s2sdefault