ହେଡଲାଇନସ୍:

ସମାଜସେବୀ ଙ୍କ ହସ୍ତକ୍ଷେପ ପରେ ରାଏମତି ପାଇଲେ ହୁଇଲଚେୟାର ଓ ଦିବ୍ୟାଙ୍ଗ ଭତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି(ଶାସକ ପ୍ରଶାସକ) : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ ରେଗେଡା ଗ୍ରାମ ର ରାଏମତି ଭୋଇ ଜଣେ ଶାରୀରିକ ଭିନ୍ନକ୍ଷମ l ସେ ଦୀର୍ଘ ୫ ରୁ ଉର୍ଦ୍ଧ ବର୍ଷ ହେଲା ଚାଲିପାରୁନାହାନ୍ତି l ତାଙ୍କର ନିଜର ବୋଲି କେହି ନାହାନ୍ତି l ସ୍ୱାମୀଙ୍କ ଦେହାନ୍ତ ପରେ ସେ ଅତି ଦୟନୀୟ ଅବସ୍ଥାରେ ରହି ଆସୁଥିଲେ l ଗୋଡ଼ରେ ଚାଲି ପାରୁ ନଥିବାରୁ ୨ଗୋଡ଼ ରେ ଗୁରୁଣ୍ଡି ଗୁରୁଣ୍ଡି ଯୁଆଡେ ଯାଇଥାନ୍ତି l ସେ ଦିବ୍ୟାଙ୍ଗ ସାଙ୍ଗକୁ ବିଧବା ମଧ୍ୟ, ହେଲେ ଆଜି ପ୍ରଯ୍ୟନ୍ତ ତାଙ୍କୁ କୌଣସି ଭତ୍ତା ମିଳିନଥିଲା l ଏହି ସମସ୍ୟା ବିଷୟରେ ରିପୋର୍ଟର ବୁଧେସ୍ୱର ଚୌଧୁରୀ ସମାଜସେବୀ ଯଶୋବନ୍ତ ରଣା ଙ୍କୁ ଜଣେଇଥିଲେ l ସମସ୍ୟା ବିଷୟରେ ଜାଣିଲାପରେ ଏହି ସମସ୍ୟାକୁ ସମାଜସେବୀ ରଣା କଳାହାଣ୍ଡି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୁ ଜଣେଇ ରାଏମତି ଙ୍କୁ ଗୋଟିଏ ହୁଇଲଚେୟାର ସହ ଦିବ୍ୟାଙ୍ଗ ଭତ୍ତା ଦେବାକୁ ନିବେଦନ କରିଥିଲେ l ଅଭିଯୋଗ ପାଇବାର ଚାରି ଘଣ୍ଟା ଭିତରେ ରାଏମତି ଙ୍କ ଦିବ୍ୟାଙ୍ଗ ପ୍ରମାଣ ପତ୍ର ତିଆରି କରି ତାଙ୍କୁ ଗୋଟିଏ ହୁଇଲଚେୟାର ବିଭାଗୀୟ ଅଧିକାରୀ ପ୍ରଦାନ କରିଥିଲେ l ସେହିପରି ଏହାର ଗୋଟିଏ ଦିନ ପରେ ତାଙ୍କୁ ଭିନ୍ନକ୍ଷମ ଭତ୍ତା ୭ ସହ ପ୍ରଦାନ କରାଗଲା l ତାଙ୍କୁ ପ୍ରତିମାଶ ରେ ୭ ସହ ଲେଖା ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ଜଣେଇଛନ୍ତି l ଭତ୍ତା ଓ ହୁଇଲଚେୟାର ପାଇଲା ପରେ ରାଏମତି ବହୁତ ଖୁସି ଥିବା କଥା କହିଛନ୍ତି l ସେହିପରି ସମାଜସେବୀ ଯଶୋବନ୍ତ ରଣା ଓ ବୁଧେସ୍ୱର ଚୌଧୁରୀ ଙ୍କୁ ମଧ୍ୟ ଅଞ୍ଚଳବାସି ସାଧୁବାଦ ଜଣେଇଛନ୍ତି l

 

0
0
0
s2sdefault