ହେଡଲାଇନସ୍:

ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି ତେଜିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକ ପ୍ରଶାସକ)-ସୋହେଲାଠାରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଦାବି ହୋଇଛି । ସୋହେଲା-ବରପାଲି ଜଗନ୍ନାଥ ରୋଡରେ ଥିବା ଏହି ଦୋକାନର ଅନତି ଦୂରରେ ପବ୍ଲିକ ସ୍କୁଲ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ବୁଢ଼ାରଜା ମନ୍ଦିର, ଶିଶୁ ଉଦ୍ୟାନ ଓ କୁଷ୍ଠାଶ୍ରମ ରହିଛି । ଏ ସବୁ ଅନୁଷ୍ଠାନ ଥିବା ସତ୍ତ୍ୱେ ଏଠାରେ ମଦ ଦୋକାନ ଖୋଲିବାକୁ ଅନୁମତି କିପରି ଦିଆଗଲା ବୋଲି ପ୍ରଶ୍ନ ଉଠିଛି । ଏପରିକି କିଛି ଦୂରରେ ଦୈନିକ ବଜାର ଓ ମାର୍କେଟ ୟାର୍ଡ ରହିଛି । ସବୁବେଳେ ଏହି ରାସ୍ତାରେ ଲୋକଙ୍କ ଯାତାୟତ ରହିଥାଏ । ଏହି ରାସ୍ତା ଦେଇ ଶ୍ରଦ୍ଧାଳୁମାନେ ଜଗନ୍ନାଥ ପୁରୀ,ଭୁବନେଶ୍ୱରକୁ ଯାତାୟତ କରିଥାନ୍ତି । ଏହି ମଦ ଦୋକାନ ହେବା ଫଳରେ ଅସାମାଜିକ କାର୍ଯ୍ୟକଳାପ ତଥା ରାହାଜାନୀ ପରି ଘଟଣା ଘଟୁଥିବା ନଜିର ରହିଛି । ଲୋକେ ଏହି ରାସ୍ତା ଦେଇ ଯାତାୟତ କରିବା ପାଇଁ ସୁରକ୍ଷିତ ମନେ କରୁ ନାହାନ୍ତି । ଏଣୁ ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଦାବି ହୋଇଛି ।

ଆଜି ସୋହେଲା ତହସିଲଦାର ଓ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ସୋହେଲା ସାର୍ବଜନୀନ ନାମଯଜ୍ଞ କମିଟି ପକ୍ଷରୁ ଏହି ଦାବି କରାଯାଇଛି । ସମାଜ ସେବୀ ମନ ମାଝୀଙ୍କ ନେତୃତ୍ୱରେ ନାମ ଯଜ୍ଞ କମିଟିର ସଭାପତି ବସୁଦେବ ପରୁଆ,ନିଲୁ ଝାଙ୍କର,ସାଧୁ ମହାପାତ୍ର,ଅକ୍ଷୟ ଭୋଇ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

0
0
0
s2sdefault