ଜଗତସିଂହପୁର (ସୁମନ୍ତ ଦାସ) : ସୋମବାର ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୂଲ୍ୟରେ 15 ରୁ 18 ବର୍ଷ ପଯ୍ୟନ୍ତ କିଶୋର କିଶୋରୀମାନଙ୍କ ପାଇଁ କୋଭିଡ-19 ର କୋଭାକସିନ ଟିକାର ଉଦଘାଟନ ଶ୍ରୀମତୀ ପାରୁଲ ପଟୱାରୀ (ଜିଲ୍ଲାପାଳ ) 10 ଘଟିକା ସମୟରେ ଉଦଘାଟନ କରିଛନ୍ତି l ଏହି ବର୍ଷର କୈଶୋରମାନଙ୍କ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଟୀକାନେବାର ଵେବସ୍ଥା କରାଯାଇଛି l ଏହି ଉଦଘାଟନ ଉତ୍ସବରେ ଡ଼. କ୍ଷେତ୍ରବାସୀ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼.ପ୍ରମୋଦ କୁମାର ବାରିକ, ଡିପିଏମ ଚକ୍ରଧର ଜେନା, ଏଡିଏମଓ ମେଡିକାଲ ଡ଼. ଅଜୟ କୁମାର ସ୍ୱାଇଁ, ଡେପୁଟି ମ୍ୟନେଜର ସୁକାନ୍ତ କୁମାର ପ୍ରଧାନ, ଏପିଦେମିଓବିଷ୍ଟ ଡ଼. ଅଶୋକ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଡାଟା ମ୍ୟନେଜର ଜ୍ୟୋତିରଞ୍ଜନ ପରିଡା, ଜିଲ୍ଲା ଭାକସିନ ଲୋଜିଷ୍ଟିକ ମ୍ୟନେଜର ପାର୍ଥସାରଥୀ କରମର୍ମl, ଆସିଷ୍ଟାଣ୍ଟ ମ୍ୟାନେଜର ସୁଜାତା ପ୍ରିୟାମ୍ବଦା ଦାଶ, ଟେକନିସିଆନ ମନୋରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ଅମିତା ପଣ୍ଡା, ସ୍ବସ୍ତି ମହାନ୍ତି ଓ ମମତା ଦାସ ଏବଂ ଇମ୍ୟୁନାଇଜେସନ ଆସିଷ୍ଟାଣ୍ଟ ରାଜେଶ କୁମାର ପତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ କରିଥିଲେ l ପରେ ପରେ ନୂତନ ଭାବେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦିଲ୍ଲୀପ ପଣ୍ଡା ଓ ଭାକସିନ ଟିମ ରେ ଥିବା ଜୋସନା ରାଣୀ ମହାନ୍ତି ଓ ସୁଶାନ୍ତି କୁମାର ସ୍ୱାଇଁ, ଡାଟା ଅପରେଟର ଭାବେ ସତ୍ୟବ୍ରତ ଦୁବେ ଯୋଗ ଦେଇଥିଲେ l