ଜଗତସିଂହପୁର/ ସୁମନ୍ତ ଦାସ : ଜଗତସିଂହପୁର ଜିଲ୍ଲା ର ପ୍ରମୁଖ କଲେଜ୍ ସ୍ବାମୀ ଵିବେକା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ କୁ ଉକ୍ତ କଲେଜ୍ ର ପୁରାତନ ଛାତ୍ର ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଓଡ଼ିଶା ସରକାର ଙ୍କ ର ମୋ କଲେଜ୍ ଅଭିଯାନ କୁ ୧ ଲକ୍ଷ ୨୫ ହଜାର ଟଙ୍କା କଲେଜ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ଵାଳ ଙ୍କୁ ପ୍ରଦାନ କରିଛନ୍ତି l ଏହି ଅବସରରେ ପ୍ରାରମ୍ଭରେ କଲେଜ୍ ର ଶତାଧିକ ଛାତ୍ରଛାତ୍ରୀ ମାନେ ଶ୍ରୀ ଦାସ୍ ଙ୍କୁ ସ୍ବାଗତ କରି ପୁଷ୍ପ ଗଚ୍ଛ ଦେଇ ପାଛୋଟି ନେଇ ଥିଲେ l ପରେ କଲେଜ୍ ଅଧ୍ୟକ୍ଷ ଙ୍କୁ ଶ୍ରୀ ଦାସ ୧ ଲକ୍ଷ ୨୫ ହଜାର ଟଙ୍କାର ଚେକ୍ କାଜୁ ନିଗମ ପକ୍ଷରୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମୋ କଲେଜ୍ ଅଭିଯାନ କୁ ଭୂୟସୀ ପ୍ରଶଂସା କରିଥିଲେ l ଓ ସରକାର ଙ୍କ ର ଏହି ଅଭିନବ ପ୍ରୟାସ କୁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ବନ୍ଧୁଗଣ ଯୋଡ଼ି ହୁଅନ୍ତୁ ଓ କଲେଜ୍ କୁ ପରିବାର ପରି ଦେଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି l ଯାହା ଫଳରେ ଏହା ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା ରଖିଛନ୍ତି l ଏଥି ସହିତ ରାଜ୍ୟ ସରକାରଙ୍କ ଯୋଜନା ମୁତାବକ ଅନୁଦାନ ରାଶିର ଦୁଇଗୁଣl ତଥା ୨ ଲକ୍ଷ ୫୦ ହଜାର ଟଙ୍କା ସରକାର ଆଗାମୀ ଦିନରେ ପ୍ରଦାନ କରିବେ ବୋଲି କହିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ଅଧ୍ୟାପକ ଜିତୁ ପ୍ରସାଦ ମଲ୍ଲିକ, ଅଧ୍ୟାପକ ନିହାର ସ୍ବାଇଁ, ଅଧ୍ୟାପକ ପ୍ରଦୀପ ସାହୁ, ଅଧ୍ୟାପକ ଅରବିନ୍ଦ ଦାସ୍, ଗଗନ ଦାସ, ଦିଲିପ୍ ସ୍ବାଇଁ, ଶିକ୍ଷାବିତ୍ ବିଦୁ ଭୂଷଣ ତ୍ରିପାଠୀ ପୂର୍ବତନ ଛାତ୍ର ସଂସଦ ସଭାପତି ତନ୍ମୟ ମହାପାତ୍ର ଅତିସ୍ କୁମାର ସ୍ବାଇଁ, ଶେଖ ଇମ୍ତିଆଜ଼ , , ପୁଷ୍ପକ ସାହୁ, ସୌମ୍ୟ କାନ୍ତ ଦାସ୍, sk nasir, ମମିନ୍ ଖାନ୍, ଲୋକନାଥ ସ୍ବାଇଁ, ଅଶ୍ଵିନୀ ବାରିକ୍, ବିଜୟ ବେହେରା, ସୌଭାଗ୍ୟ ପଟ୍ଟନାୟକ , ନିହାର ବାରିକ୍, କୃତିବାସ ଦାସ, ଶ୍ରୀନିବାସ ପାତ୍ର, ସୌମ୍ୟ ରଂଜନ ସାହୁ , ଅନିରୁଦ୍ଧ ମହାନ୍ତି, ମନୋଜ ସିଂ, ଏସ ଅଲ୍ଲୀ, ଉପସ୍ଥିତ ଥିଲେ ପରେ ଶ୍ରୀ ଦାସ ଛାତ୍ର ଛାତ୍ରୀ ମାନଙ୍କ ସହିତ ଲାଇବ୍ରେରୀ ପରିଦର୍ଶନ କରିଥିଲେ l
ରାଜ୍ୟ
ମୋ କଲେଜ୍ ଅଭିଯାନ: ଏସଭିଏମ୍ କଲେଜକୁ କାଜୁ ନିଗମ ଅଧ୍ୟକ୍ଷ ପ୍ରଦାନ କଲେ ୧.୨୫ ଲକ୍ଷ
- Hits: 428