ନବୀନଙ୍କ ମାର୍ଗଦର୍ଶନରେ ମନ୍ତ୍ରୀ ପ୍ରତାପ ,ବିଧାୟକ ଚନ୍ଦ୍ରସାରଥୀ ଓ ବ୍ଲକ ଅଧକ୍ଷା ସବିତା ଧରିଛନ୍ତି ମଙ୍ଗ
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ:- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ଚିତ୍ରକର ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା,କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ସହଯୋଗ ଓ ଅତ୍ୟନ୍ତ ମେଳାପୀ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା ଙ୍କ ଉଦ୍ୟମ କ୍ରମେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ଏକ ମଡେଲ ବ୍ଲକ କାର୍ଯ୍ୟାଳୟ ରେ ପରିଣତ ହୋଇପାରିଛି । ଯାହା ପାଇଁ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ବ୍ଲକ କାର୍ଯ୍ୟାଳୟ ର ସୁନ୍ଦର, ସ୍ୱଚ୍ଛ ପରିବେଶ ସମସ୍ତ ଙ୍କୁ ଆକୃଷ୍ଟ କରିପାରୁଛି । ବ୍ଲକ ପରିସରରେ ଜନସାଧାରଣ ଙ୍କ ବସିବା ପାଇଁ ସୁସଜ୍ଜିତ ଚୌକି, ସୁଦ୍ଧ ପିଇବା ପାଣି, ଉତ୍ତମ ସେବା ଯୋଗାଇଦେବା ନିମନ୍ତେ ସମସ୍ତ ବ୍ଲକ କର୍ମଚାରୀ ମାନଙ୍କ ନିମନ୍ତେ ନୂତନ ଅଫିସ ଗୃହ, ମହିଳା ମାନଙ୍କ ପାଇଁ ମିଶନ ଶକ୍ତି ଗୃହ, ଚାଷୀମାନଙ୍କ ଭଲ ମନ୍ଦ କଥା ବୁଝିବା ପାଇଁ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଦି ବିଭିନ୍ନ ସୁବିଧାମନ ସମସ୍ତ ଜନସାଧାରଣ ଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏପରିକି ବ୍ଲକ ର ଗମନାଗମନ ପଥକୁ ସୁସଜିତ କରାଯିବା ସହ ପାଚେରୀ ଗୁଡିକରେ ଓଡ଼ିଶାର କଳା, ସଂସ୍କୃତି, ଐତିହ କୁ କାରୁକାର୍ଯ୍ୟ ଚାରୁକଳା କରାଯାଇଛି । ଏହି ବ୍ଲକ ଓଡ଼ିଶାର ସମସ୍ତ ବ୍ଲକ ମଧ୍ୟରେ ନିଜର ସୁନାମକୁ ରଖିପାରିଛି ବୋଲି ବିଭିନ୍ନ ମହଲରେ କୁହାଯାଇଛି ।
ସମସ୍ତ ଜନସାଧାରଣ ଙ୍କ ଗୋଟିଏ କଥା ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସହଯୋଗ ଓ ବ୍ଲକ ଅଧକ୍ଷା ସବିତା ଓଝା, ବିଡ଼ିଓ କର୍ଣ୍ଣଦେବ ସମାଦାର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା,ପ୍ରାକ୍ତନ ଅଧ୍ୟକ୍ଷ ଗିରିସରଞ୍ଜନ ମହାପାତ୍ର, ସହକାରୀ ଯନ୍ତ୍ରୀ ସତ୍ୟରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଛି । ବିଶେଷ ଭାବେ ବହୁ ଗ୍ରାମପଂଚାୟତ ରୁ ଆସୁଥିବା ବ୍ୟକ୍ତିମାନେ ମନ୍ତ୍ରୀ ପ୍ରତାପ ଜେନା,ବିଧାୟକ ଶ୍ରୀ ବେହେରା, ବ୍ଲକ ଅଧକ୍ଷା ସବିତା ଓଝାଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଥିବାରୁ ସମସ୍ତ ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଛନ୍ତି । ତେବେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଜେନା ଓ ବିଧାୟକ ଶ୍ରୀ ବେହେରାଙ୍କ ଦ୍ବାରା ବିକାଶର ଧାରା ଲାଗିରହିଛି ବୋଲି ବହୁ ବୁଦ୍ଧିଜୀବି, ବରିଷ୍ଠ ନାଗରିକ,ଆଇନଜୀବୀ ମତପ୍ରକାଶ କରିଛନ୍ତି ।