ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ବୁଧବାର ଦିନ ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇଯାଇଛି ।
ଜିଲ୍ଲାର ସମସ୍ତ ଭୋଟର ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ , ତହସିଲଦାରଙ୍କ କାର୍ଯ୍ୟାଳୟ , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଅଛି ।
ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟରଙ୍କ ବିବରଣୀ ସୂଚନା ପ୍ରଦାନ କରାଯାଇଛି । ୧୩୬-ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୧ହଜାର ୫୯୪ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୦୫୩ ରହିଛନ୍ତି । ଏପରି ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୯ହଜାର ୬୪୭ ରହିଛନ୍ତି ।
ସେହିପରି ୧୩୭-ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୦୩ହଜାର ୩୫୭ ପୁରୁଷ ଭୋଟର ରହିଥିବା ବେଳେ ୧ଲକ୍ଷ ୦୬ହଜାର ୫୮୪ ମହିଳା ଭୋଟର ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୦୯ ହଜାର ୯୪୦ ଭୋଟର ରହିଛନ୍ତି ।
ଏପରି ଭାବେ ଜିଲ୍ଲାର ଦୁଇଗୋଟି ବିଧାନ ସଭା ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୧୪ହଜାର ୯୫୦ ପୁରୁଷ ଭୋଟର ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୪ ହଜାର ୬୩୭ ରହିଛନ୍ତି । ସମଗ୍ର ଜିଲ୍ଲାରେ ମହିଳା ଓ ପୁରୁଷ ଭୋଟରଙ୍କ ସଂଖ୍ୟା ମିଶାଇଲେ ୪ଲକ୍ଷ ୩୯ ହଜାର ୫୮୭ ଭୋଟର ରହିଥିବାର ସୂଚନା ପ୍ରଦାନ କରାଯାଇଛି ।
ଚୁଡାନ୍ତ ଭୋଟର ତାଲିକାରେ ୨୦୨୨ରେ ମୋଟ ୧୧ହଜାର ୨୬୯ ଜଣ ନୂତନ ଭାବେ ନାମ ପଞ୍ଜିକୃତ କରିଥିଲେ । ଏତଦ୍ ମଧ୍ୟରୁ ଯୁବ ବର୍ଗର ଭୋଟର ୪ ହଜାର ୯୯୬ ଜଣଙ୍କ (୧୮-୧୯ବୟସର) ନାମ ପଞ୍ଜିକୃତ ହୋଇଛି । ସେହିଭଳି ଚୁଡାନ୍ତ ଭୋଟର ତାଲିକା-୨୦୨୨ରେ ଯୋଗ, ବାଦ, ସଂଶୋଧନ ଏବଂ ସ୍ଥାନାନ୍ତର ପ୍ରକ୍ରିୟାରେ ୨୨ ହଜାର ୨୯୦ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ଏତଦ୍ ମଧ୍ୟରୁ ଅନ୍‌ଲାଇନ ଆବେଦନରେ ୧୪ ହଜାର ୧୨୭ ଫର୍ମ ଏବଂ ଅଫ୍‌ଲାଇନ୍ ଆବେଦନରେ ୮ ହଜାର ୧୬୩ ଫର୍ମ ଗ୍ରହଣ କରାଯାଇଥିଲା । ସେହିଭଳି ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା ନୂତନ ଭାବେ ୧୧ହଜାର ୨୬୯ ଭୋଟରଙ୍କ ସଂଖ୍ୟା ବଢିଥିବା ବେଳେ ୩ ହଜାର ୧୬୩ ଜଣ ବାଦ ପଡିଥିବା ବେଳେ ୬ହଜାର ୯୮୦ ଭୋଟର ସଂଶୋଧନ କରିଛନ୍ତି । ସେହିଭଳି ୨୧୭ ଜଣ ଭୋଟର ସ୍ଥାନାନ୍ତର କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ମହିଳା ଓ ପୁରୁଷଙ୍କ ଆନୁପାତିକ ହାର ୧ ହଜାରରେ ୧୦୪୨ ମହିଳା ରହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ ଯଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ବାମପନ୍ଥୀ ନେତା ଜେନା ସୁବାଶ ଚନ୍ଦ୍ର ରାଓ , ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା , ତହସିଲଦାର ତଥା ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖ ଉପସ୍ଥିତଥିଲେ ।

0
0
0
s2sdefault