ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁର ଛକସ୍ଥିତ ବାସିନ୍ଦା ସ୍ୱର୍ଗତ ଅର୍ଜୁନ ପାଣିଗ୍ରାହୀଙ୍କ ଏକାଦଶାହ ଅବସରରେ ବୁଧବାର ଦିନ ଅଂଚଳର ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଆମନ୍ତ୍ରୀତ ଅତିଥିଗଣ ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସତଗତି ନିମନ୍ତେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ । ପ୍ରକାଶ ଯୋଗ୍ୟ ଯେ ସ୍ୱଗତ ପାଣିଗ୍ରାହୀଙ୍କୁ ମୃତ୍ୟୁ ବେଲକୁ ୧୦୫ ବର୍ଷ ହେଉଥିଲା । ସ୍ୱର୍ଗତ ପାଣିଗ୍ରାହୀ ତାଙ୍କ ଜୀବନରେ ଅନେକ ଉତଥାନ ପତନ ଦେଇ ଗତି କରିବା ସହ ଇଂରେଜ ଶାସନକୁ ନିଜ ଆଖିରେ ଦେଖିଥିଲେ । ତାଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଥିବା ଲୋକେ ଅନୁଭବ କରିଛନ୍ତି । ସେ ଜଣେ ମିଷ୍ଟଭାଷି, ମେଳାପି, ପରୋପକାରୀ ତଥା ସରଳ ଜୀବନ ଯାପନକୁ ନେଇ ବେଶ ପରିଚିତ ଥିଲେ । ତାଙ୍କ ଜୀବନର ଅନେକ ସମୟ ଭଗବତ ଚର୍ଚ୍ଚାରେ କଟିଥିଲା । ସ୍ୱର୍ଗତ ପାଣିଗ୍ରାହୀ ତାଙ୍କ ପଛରେ ତାଙ୍କ ନାତୀ ବାବୁଲୁ ପାଣିଗ୍ରାହୀ ଏବଂ ନାତୁଣୀ କଳ୍ପନା, ନିରୁପମା, କୁନୁବୁଇ, ମିନତୀ ଓ ପରିବାର ବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି ।
ରାଜ୍ୟ
ଶତାୟୁଙ୍କ ଏକାଦଶାହରେ ସ୍ମୃତି ସଭା
- Hits: 987