ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲା ବନ୍ୟ ପ୍ରାଣୀ ବନଖଣ୍ଡ ର ଅସ୍ତରଙ୍ଗ ରେଞ୍ଜ ତରଫରୁ ବୁଧବାର ଦିନ ପକ୍ଷୀ ଗଣନା ହୋଇଅଛି । 20 ଜଣ ବନବିଭାଗ କର୍ମଚାରୀ 5 ଗୋଟି ଦଳରେ ବିଭକ୍ତ ହୋଇ, ଗଣନା କାମରେ ନିୟୋଜିତ ହୋଇ,ସ୍ଥଳ ଭାଗ ର ଶିଖରଘାଟ ବ୍ରିଜ ଠାରୁ ପାଟସୁନ୍ଦରପୁର,ଓ ଜାହାନିଆ ଠାରୁ କେଉଟଜଙ୍ଗା ,କେଳୁଣୀମୁହାଁଣ ପର୍ଯ୍ୟନ୍ତ ଗଣନା କରିଥିଲାବେଳେ,ଜଳଭାଗରେ ଗଙ୍ଗାଦବୀଠାରୁ ପାଟସୁନ୍ଦରପୁର, ଗଙ୍ଗାଦବୀ ଠାରୁ କଣମଣ, ଓ ଗଙ୍ଗାଦେବୀ ଠାରୁ ଦେବୀନାସି ପର୍ଯ୍ୟନ୍ତ ପକ୍ଷୀ ଗଣନା କରିଥିଲେ । ବାଇନ କୁଲାର, ବାର୍ଡ୍ସ ଗାଇଡ ବୁକ ଓ ପକ୍ଷୀ ବିଶାରଦ ଙ୍କ ସାହାଯ୍ୟ ରେ ପକ୍ଷୀ ଗଣନା କରାଯାଇ ଥିଲା । ଗତବର୍ଷ ତୁଳନାରେ ଚଳିତ ବର୍ଷ 3 ହଜାର ପକ୍ଷୀ କମ ଆସିଛନ୍ତି ଓ ଗଲା ବର୍ଷ 12 ହଜାର ରୁ ଉର୍ଦ୍ଧ୍ବ ପକ୍ଷୀ, ଆସିଥିବା ବେଳେ,ଚଳିତ ବର୍ଷ ଅସ୍ତରଙ୍ଗ ବନାଞ୍ଚଳ କୁ ସର୍ବମୋଟ 10 ହଜାରରୁ କମ ପକ୍ଷୀ ଆସିଛନ୍ତି । ସେହିପରି ଗତବର୍ଷ 27 ପ୍ରାଜାତିର ପକ୍ଷୀ ଅସ୍ତରଙ୍ଗ ବନାଞ୍ଚଳ କୁ ଆସିଥିଲେ କିନ୍ତୁ,ଚଳିତବର୍ଷ 23 ପ୍ରଜାତିର ବିଭିନ୍ନ ପ୍ରଜାତିର ପାଖି ଆସିଥିବା ସରକାରୀ ଭାବେ ଜଣାପଡିଛି । ଆଜିର ଏହି ପକ୍ଷୀ ଗଣନା କାର୍ଯ୍ୟ କ୍ରମ, ରେଞ୍ଜର ହିମନ ନୟକ, ପରି ଚାଳନା କରିଥିଲେ ଓ ବ୍ୟନ୍ୟପ୍ରାଣୀ ତତ୍ୱବଧାରକ ଶୋଭାକର ବେହେରା, ବନ୍ୟ ବିଶେଷଜ୍ଞ ମାଇକେଲ ପିଟର ପକ୍ଷୀ ବିଶାରଦ ଭାବେ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ, ମୁହାଣ ମୁହଁ ଫରେଷ୍ଟ ର ସବିର ସାହୁ, ଫରେଷ୍ଟ ଗାର୍ଡ ଭାବଗ୍ରାହୀ ସେଠି, କାଳୀ ଚରଣ ମହାନ୍ତି ଓ ଦିଲ୍ଲୀପ ନୟକ ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସାମିଲ ଥିଲେ।
ପକ୍ଷୀଗଣନା କାର୍ଯ୍ୟ ବେଳେ ଓ ପକ୍ଷୀ ରହୁଥିବା ଅଞ୍ଚଳ ରେ ପଯ୍ୟଟକ ମାନଙ୍କୁ ବାରଣ କରାଜୀବା ସହ ଧୀବର ମାନଙ୍କ ମାଛଧରା ଉପରେ ମଧ୍ୟ ରୋକ ଲାଗାଯାଇ ଥିଲା ।
ରାଜ୍ୟ
ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ପକ୍ଷୀ ଗଣନା ଶେଷ।
- Hits: 337