ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ଣରେ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଆଲୋକ କୁମାର କରଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବ ଶୀ ସେଠୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ ।
ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ କାର୍ଯ୍ୟଭାର ଗ୍ରହଣ କରି ବିଭାଗର କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିବା ପାଇଁ ସମସ୍ତଙ୍କୁ ଜଣାଇଥିଲେ ଏବଂ ବିଭିନ୍ନ ଉପ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧରେ ଅବଗତ ହୋଇଥିଲେ । କାର୍ଯ୍ୟଭାର ଗ୍ରହଣ କରି ସାରିବା ପରେ ପ୍ରମୁଖ ଶାସନ ସଚିବ ବିଭାଗର ସମସ୍ତ ଉପ ବିଭାଗ ପରିଦର୍ଶନ କରିଥିଲେ ।
ରାଜ୍ୟ
ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ବିଷ୍ଣୁପଦ ସେଠୀ
- Hits: 542