କୋମନା(ଭାଗିରଥି ଭୋଇ)- ନୂଆପଡା ଜିଲା କୋମନା ବ୍ଲକ ପଣ୍ଡରାପଥର ଗ୍ରାମରେ ଥିବା ଚାରିଛକ ର ନୂତନ ନାମକରଣ ସହ ଏକ ସେଲଫି ପଏଂଟ ଉଦ୍ଘାଟିତ ହୋଇଯାଇଛି । ଗ୍ରାମର ଚାରି ଛକ କୁ ଗଣ୍ଡୱାନା ଛକ ନାମରେ ନାମିତ କରାଯାଇଥିବା ବେଲେ ଆଇ ଲଭ୍ ପଣ୍ଡରାପଥର ନାମକ ସେଲଫି ପଏଂଟ ଉଦ୍ଘାଟିତ ହୋଇଛି । ପ୍ରଥମେ ଗାଁ ମୂଖିଆଙ୍କ ଦ୍ୱାରା ଗ୍ରାମ ଦେବତା ବୁଢାଦେଓ ଓ ଧରୁଆ ବୁଢାଙ୍କୁ ପୂଜାର୍ଚନା କରାଯାଇଥିଲା । ଧରୁଆବୁଢା ଯୁବକ ସଂଘ ଦ୍ୱାରା ଆୟୋଜିତ ଉଦ୍ଘାଟନି କାର୍ଯ୍ୟକ୍ରମରେ ସଂଗଠନ ର ଉପଦେଷ୍ଟା ନରେନ୍ଦ୍ର ଅଦା ଓ ଦିଲ୍ଲୀପ ରାଉତ ସ୍ୱାଗତ ଭାଷଣ ଦେବା ସହ ଅନୁଷ୍ଠାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୂଖ୍ୟ ଅତିଥି ସମାଜର ସର୍ବାଙ୍ଗିନ ବିକାଶ ସହ ସୁସ୍ଥ ସମାଜ ଗଠନ ଉପରେ ନିଜ ମତ ରଖିଥିଲେ । ଆଧୁନିକ ଚାକଚାକ୍ୟରେ ଲୋକମାନେ ନିଜ ପରମ୍ପରା ଓ ସଂକୃତିକୁ ଭୁଲିଯାଉଥିବା ବେଲେ ଏହାକୁ ଜୀବିତ ରଖିବାକୁ ତିର୍ଥରାମ ଧରୁଆ ଅନୁରୋଧ କରିଥିଲେ । ସଂଘ ର ଉପସଭାପତୀ ଧନୁର୍ଦ୍ଧର ମାଝୀ ମଂଚ ପରିଚାଳନା କରିଥିବା ବେଲେ ରୋହିତ ମାଝୀ ସହଯୋଗ କରିଥିଲେ । ଏହି ସଭାରେ ଗ୍ରାମର ଭଦ୍ରବ୍ୟକ୍ତି ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରାଜ୍ୟ
ଗଣ୍ଡୱାନା ଛକ ଓ ସେଲଫି ପଏଂଟ ଉଦ୍ଘାଟିତ
- Hits: 613