ନୟାଗଡ଼,(ବିଶ୍ଵଜିତ ନାୟକ) : ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଆଜି ନୟାଗଡ଼ ଇନଡୋର ଷ୍ଟାଡିୟମ ଭିତ୍ତି ସ୍ଥାପନ କାର୍ଯ୍ୟ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଉପସ୍ଥିତ ରହିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ ଓଡ଼ିଶା କ୍ରୀଡ଼ାର ହବ୍ ପାଲଟିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ୱ କପ ହକି ଆୟୋଜନ କରି ଓଡ଼ିଶାକୁ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି । ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ନୟାଗଡ଼ ଷ୍ଟାଡିୟମ ନିକଟରେ ଥିବା ସରସ୍ୱତୀ ବିହାରରେ ଆଜି ଇନଡୋର ଷ୍ଟାଡିୟମର ଶୁଭ ଭିତିପ୍ରସ୍ତର ସ୍ଥାପନ ହୋଇଛି । ପୁର୍ତ୍ତ ବିଭାଗ ଦ୍ୱାରା ୯ କୋଟି ୭୫ ଲକ୍ଷ ୭୦ ହଜାର ବ୍ୟୟରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସୁଚନା ମିଳିଛି । ୭୦ ମିଟରରେ ୭୦ ମିଟର ଲମ୍ବା ଓ ଓସାରରେ ଉକ୍ତ ବହୁମୁଖି ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ । ଉକ୍ତ କାର୍ୟ୍ୟକ୍ରମରେ ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଶତପଥୀ ଓ ପୁର୍ବତନ ନଗର ପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟ
ନୟାଗଡ଼ ଇନଡୋର ଷ୍ଟାଡିୟମରଭିତ୍ତି ସ୍ଥାପନ କଲେ ମନ୍ତ୍ରୀ ଅରୁଣ ସାହୁ
- Hits: 376