ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡିଶା ପୋଲିସର ମହାନିର୍ଦ୍ଦେଶକ ଭାବେ ଆଜି ଯୋଗ ଦେଇଛନ୍ତି ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ସୁନୀଲ୍ ବଂଶଲ । ଆଜି କଟକ ପୁଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା ପୁଲିସ ଉପରେ ଲୋକଙ୍କ ଆସ୍ଥା ଅତୁଟ ରଖିବା ସହ ସୁରକ୍ଷା ଓ ସେବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ଶ୍ରୀ ବଂଶଲ | ୧୯୯୪ ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଥିବା ଶ୍ରୀ ବଂଶଲ ଦୀର୍ଘ ୨୭ ବର୍ଷ ପରେ ଓଡିଶା ଫେରି ରାଜ୍ୟ ପୋଲିସର ମଙ୍ଗ ଧରିଛନ୍ତି | ପୂର୍ବରୁ ସେ ତାଳଚେର ଏସଡ଼ିପିଓ, ସମ୍ବଲପୁର ଅତିରିକ୍ତ ଏସପି, ରାଉରକେଲା ଚତୁର୍ଥ ବାଟାଲିୟନ୍ କମାଣ୍ଡାଂଟ୍, ମୟୁରଭଞ୍ଜ ଏସପି ଏବଂ ସମ୍ବଲପୁର ଭିଜିଲାନସ୍ ଏସପି ଭାବେ କାର୍ଯ୍ୟ କରିଥିଲେ । ଡିଜିପି ଭାବେ ରାଜ୍ୟ ସରକାର ଗତ ୧୫ ତାରିଖରେ ନିଯୁକ୍ତି ଦେବା ପୂର୍ବରୁ ସେ ମୁମ୍ବାଇ ଗୁଇନ୍ଦା ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରସାକୁୁ ଧରି ଓଡ଼ିଶା ପୁଲିସକୁ ଆଗକୁ ନେବେ ବୋଲି କହିଛନ୍ତି ନୂଆ ଡିଜିପି । ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମ ପୁଲିସର କାର୍ଯ୍ୟଦକ୍ଷତାକୁ କ୍ରିୟାଶୀଳ କରିଛି । ନକ୍ସଲ ଦମନ, ସାଇବର୍ କ୍ରାଇମ୍ , ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ ମହିଳା ଓ ବରିଷ୍ଠ ନାଗରିକମାନଙ୍କ ସହ ପୋଲିସର ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଡିଜିପି ଶ୍ରୀ ବଂଶଲ |
ରାଜ୍ୟ
ନୂଆ ଡିଜିପି ଦାୟିତ୍ୱ ନେଲେ ସୁନୀଲ ବଂଶଲ
- Hits: 455