ହେଡଲାଇନସ୍:

୩ ଦିନ ଜଗା ଦର୍ଶନ ବନ୍ଦ; ପୁରୀକୁ ଜଗିଛନ୍ତି ୯ ପ୍ଲାଟୁନ ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ : ଆଜିଠାରୁ ୩ଦିନ ବନ୍ଦ ରହିବ ଜଗା ଦର୍ଶନ । ଭକ୍ତଙ୍କ ଗହଳିକୁ ଆଖିରେ ରଖି ଆସନ୍ତା ୨ ତାରିଖ ଯାଏଁ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରଖିଛି ପ୍ରଶାସନ। ଆସନ୍ତାକାଲି ନୂଆବର୍ଷ ଏବଂ ୨ ତାରିଖ ରବିବାର ପଡ଼ୁଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ୩ ତାରିଖ ସକାଳୁ ସାଧାରଣ ଦର୍ଶନ ପୂର୍ବ ପରି ଚାଲୁ ରହିବ ।
ସେପଟେ ସହରରେ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରକୁ ୧୩ଟି ଭାଗରେ ବିଭକ୍ତ କରାଯାଇ ୯ ପ୍ଲାଟୁନ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ପ୍ରତି ଭାଗରେ ଜଣେ ଲେଖା ଇନସ୍ପେକ୍ଟରଙ୍କୁ ଦାୟୀତ୍ବ ଦିଆଯାଇଛି । ବେଳାଭୂମିରେ ଜଣେ ଡିସିପି ସମେତ ୨ଜଣ ଇନସ୍ପେକ୍ଟର ସହ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।
ଅନ୍ୟପଟେ ଗତକାଲି ଠାରୁ ପିକନିକ ଓ ଜିରୋ ନାଇଟ ପାଳନ ଉପରେ କଟକଣା ଲାଗିବାରୁ ଜିଲ୍ଲାର ଅନେକ ପିକନିକ ସ୍ଥଳ ଖାଲି ଖାଲି ଦେଖାଯାଉଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତଥା ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଫଳରେ ଅନେକ ପର୍ଯ୍ୟଟକ ବେଳାଭୂମି ବୁଲି ଫେରୁଥିବା ଦେଖିବାକୁ ମିଳିଛି ।

0
0
0
s2sdefault