ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ , ସଙ୍ଗୀତ ଓ ଅଭିନୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗୀତାରେ ମୁଖ୍ୟତଃ ଦଳଗତ ନୃତ୍ୟ , ଏକକ ନୃତ୍ୟ , ଏକକ ସଙ୍ଗୀତ , ଏକକ ଅଭିନୟ ଆଦି ଇଭେଣ୍ଟ ପାଇଁ ଗଜପତି ଜିଲ୍ଲାର ୭ଗୋଟି ବ୍ଲକ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳର ପ୍ରାୟ ୧୨୦ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
ଏଥିରେ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ପ୍ରତିଯୋଗୀତାରେ ଭାଗନେବାପାଇଁ ଆମନ୍ତ୍ରଣ କରାଯାଇଥିଲା।
ନୃତ୍ୟ ଗୁରୁ ଶ୍ରୀ ଗଣେଶ କୁମାର ମହାରଣା ଓ ସଙ୍ଗୀତ ଗୁରୁ ଶ୍ରୀ କୌଳାସ ଚନ୍ଦ୍ର ପଟ୍ଟନାୟକ ବିଚାରକ ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗୀତା ସମାପନ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକକ ସଙ୍ଗୀତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାୟଗଡର ଦେବରାଜ ମାଳୀ , ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଜୀବା ଗ୍ରାମର ମନାଲିଶା ଶବର ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ପାରଳାଖେମୁଣ୍ଡିର ସୁମି ଜେନା। ସେହିପରି ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ମଦନା ପାଶୁପୁରେଡ୍ଡି ,
ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ପାରଳାଖେମୁଣ୍ଡିର ଏକାମ୍ବର ପ୍ରଧାନ ଏବଂ ତୃତୀୟରେ ଡି.ମନ୍ମମଧ ରାଓ କୃତୀତ୍ୱ ହାସଲ କରିଛନ୍ତି।
ସେହିପରି ୱାନ୍ ଆକ୍ଟ ପ୍ଲେରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ ‘କ୍ୟାଚ ଦା ରେନ୍’ ବିଷୟବସ୍ତୁ ଉପରେ ଅଭିନୟ କରି ୱିନର ହୋଇଥିବା ବେଳେ ଗୁମ୍ମା ବ୍ଲକର ପ୍ରମିଳା ଗ୍ରୁପ ରନର୍ ଭାବେ ପୁରସ୍କୃତ ହୋଇଛନ୍ତି । ମଲ୍ଟି ଟାଲାଣ୍ଟରେ ରାୟଗଡର ଦେବରାଜ ଓ ଭିନ୍ନକ୍ଷମ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଶୀନଗରର କେ.ଶିବାଜୀ ପୁରସ୍କୃତ ହୋଇଥିବାର ଜଣାପଡିଛି।
ପ୍ରତିଯୋଗିତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରରର ଯୁବ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ମହାପାତ୍ର , ସଙ୍ଗୀତ ଗୁରୁ ଶ୍ରୀ କୌଳାସ ଚନ୍ଦ୍ର ପଟ୍ଟନାୟକ , ନୃତ୍ୟ ଗୁରୁ ଶ୍ରୀ ଗଣେଶ କୁମାର ମହାରଣା , ଆକାଉଣ୍ଟାଣ୍ଟ ଶ୍ରୀ ଉମେଶ ପ୍ରସାଦ ପ୍ରମୁଖ ମଞ୍ଚାସୀନ ରହି ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ମହାପାତ୍ର ପରିଚାଳନା କରିଥିବା ବେଳେ ପ୍ରଶିକ୍ଷିକା ମୋହିନୀ ପ୍ରଧାନ ଏବଂ ଯୁବକେନ୍ଦ୍ରରର ସମସ୍ତ ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।
ରାଜ୍ୟ
ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ନୃତ୍ୟ , ସଙ୍ଗୀତ ଓ ଅଭିନୟ ପ୍ରତିଯୋଗୀତା
- Hits: 354