ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ଆସନ୍ତା ଡିସେମ୍ବର 30 ଓ 31 ଦୁଇଦିନ ଧରି ମହାସମାରୋହରେ ନାଟ୍ୟ କଳାର ଜୟଗାନ କରି ଗ୍ରାମୀଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ l ପ୍ରଥମ ଦିନରେ ନାଟକ ବଏଠା ସାଂସ୍କୃତିକ ଅନୁଷ୍ଠାନର ସୁଖୀ ଭବ, ସଚେତନ ହେମା ଢୋଲବନ୍ଧର ମୋର କାଏଁ ଦୋଷ ମଞ୍ଚସ୍ଥ ହେବାକୁ ଥିବାବେଳେ ଦ୍ଵିତୀୟ ସନ୍ଧ୍ୟାରେ ବୀଣାପାଣି ସାହିତ୍ୟ ସଂସଦ ସୋନପୁର ଦ୍ୱାରା ଗୁଟେ ରାତିର କଥା, ସଚେତନ ହେମା ର ନାଟକ ମାତା ସାବିତ୍ରୀ ବାଇ ଫୁଲେ ନାଟକ ମଞ୍ଚସ୍ଥ ହେବ l ପ୍ରଥମଦିନ ନାଟକ ମହୋତ୍ସବ ପାଇଁ କଳସ ଯାତ୍ରା ଓ ସାଂକୃତିକ ଶୋଭାଯାତ୍ରା ଗ୍ରାମମଧ୍ୟରେ ଅନୁଷ୍ଠିତ ହେବ l ଏହି ନାଟକ ମହୋତ୍ସବ ଅବସରରେ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଡ଼ଃ ତୁଷାରକାନ୍ତ ସାହୁଙ୍କୁ ନାଟ୍ୟ ତପସ୍ବୀ, ଓ ସୁରେନ୍ଦ୍ର ସାହୁଙ୍କୁ ସଂଗୀତ ତପସ୍ବୀ ସମ୍ମାନରେ ଭୂଷିତ କରାଯିବ l ଲଷ୍ମୀ ନାରାୟଣ ଭାଗବତ ଟୁଙ୍ଗି, ଜୟ ଜଗନ୍ନାଥ କୀର୍ତନ୍ୟ ମଣ୍ଡଳୀ ଢୋଲବନ୍ଧ ର କଳାକାରମାନେ ନାଟକ ସଚେତନତାରେ ଭାଗ ନେବେ l ଗ୍ରାମୀଣ , ଦର୍ଶକଙ୍କ ସ୍ନେହ, କଲାପ୍ରେମୀଙ୍କ ଆଗ୍ରହ ଏହି ମହୋତ୍ସବକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି l କଳାସଂସ୍କୃତି କ୍ଷେତ୍ରରେ କାମ କରୁଥିବା ଏହି ଅନୁଷ୍ଠାନର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଲାପ୍ରେମୀ ଯୋଗଦେବା ସହ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ନାଟ୍ୟକାର ରାଜକୁମାର ସାହୁ l
ରାଜ୍ୟ
ସଚେତନ ହେମା ଢୋଲବନ୍ଧ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଡିସେମ୍ବର 30ରୁ
- Hits: 402