ହେଡଲାଇନସ୍:

କୋଣାର୍କରେ ଅଭାବନୀୟ ଘଟଣା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହଜାରରୁ ଅଧିକ ପର୍ଯ୍ୟଟକ ମାନିଲେନି ପ୍ରଶାସନର ନିୟମ । ଧସେଇ ପସିଲେ କୋଣାର୍କ ସୂର୍ଯ୍ୟମନ୍ଦିରର ପରିସରକୁ ।

ସୂଚନା ମୁତାବକ, ଟିକେଟ କାଉଣ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପର୍ଯ୍ୟଟକଙ୍କୁ ମିଳି ନଥିଲା ପ୍ରବେଶ ଟିକେଟ । ଅନେକ ସମୟ ଅପେକ୍ଷା କରିବା ପରେ ସେଠାରେ ଅସନ୍ତୋଷ ଦେଖା ଦେଇଥିଲା । ପରିସ୍ଥିତି ଏପରି ହେଲା ଯେ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିର ପରିସରକୁ ଧସେଇ ପସିଥିଲେ । ଏତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ରୋକିବାରେ ଅସମର୍ଥ ହୋଇଥିଲେ ଜଗୁଆଳି ।

0
0
0
s2sdefault