ହେଡଲାଇନସ୍:

କତାରରେ ଓଡିଆ ଯୁବକଙ୍କ ମୃତ୍ୟୁ: ମରଶରୀର ଆଣିବା ପାଇଁ ବୈଜୟନ୍ତଙ୍କ ହସ୍ତକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର(ଶାସକ ପ୍ରଶାସକ) - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ମୃତ ଓଡିଆ ଯୁବକ ସଦାଶିବ ଦାସଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି|
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଦଳା ସାହି ଗ୍ରାମର ସର୍ବେଶ୍ବର ଦାସଙ୍କ ଏକମାତ୍ର ପୁଅ ସଦାଶିବ ୯ ମାସ ହେବ କତାର ଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ| ଗତ ୨୫ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା| ସେଠାରେ ଅନ୍ୟ ଏକ କମ୍ପାନୀରେ କାମ କରୁଥିବା ଦିଲ୍ଲୀପ ଘଡାଇ ସଦାଶିବଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ୨୬ ତାରିଖରେ ଜଣାଇଥିଲେ| ସଦାଶିବଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଳୋଡିଥିଲେ| ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି|

0
0
0
s2sdefault