ଅସ୍ତରଙ୍ଗ/ ଦୁଃଶାସନ ନାୟକ : ବର୍ତ୍ତମାନ ଅଲିଭ ରିଡ଼ଲେ କଇଁଛଙ୍କର ସଂଗମ ସହ, ଅଣ୍ଡା ପ୍ରଦାନ ଋତୁ । ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ,ମସ୍ୟ ବିଭଗ ଓ ପୋଲିସିର ମିଳିତ ସହାୟତାରେ , ଅସ୍ତରଙ୍ଗ ଉପକୂଳ ସମୁଦ୍ରରେ ପେଟ୍ରୋଲିଂ କଡାକଡି କରା ଯାଇଅଛି । ରବିବାର ଦିନ ମସ୍ୟ ବିଭାଗ ତରଫରୁ, ଦେବୀମୁଁହାଣର ଅନତି ଦୂରରେ ପେଟ୍ରୋଲିଂ ଚାଲୁଥିବା ବେଳେ, ଦେବୀ ମାଉଥ ନିକଟରୁ, ପଶ୍ଚିମମବଙ୍ଗର ୯ ଜଣ ବଙ୍ଗୀୟଧୀବରଙ୍କୁ, ଗିରଫ କରିଥିବାବେଳେ, ଦୁଇ ଗୋଟି ଟ୍ରଲର ପେଟ୍ରୋଲିଂ ଷ୍ଟାଫଙ୍କ ଆଖିରେ ଧୂଳି ଦେଇ , ସମୁଦ୍ରର ଅଥଳ ଜଳ ରାଶିରୁ ଖସିଯିବାକୁ ସକ୍ଷମ ହୋଇଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,ପଶ୍ଚିମବଙ୍ଗର ଦୁଇ ଗୋଟି ବୋଟ, ବିନା କାଗଜପତ୍ରରେ, ଅସ୍ତରଙ୍ଗ ର ଦେବୀ ମୁହଁଣ ନିକଟରେ ମାଛ ଧରୁଥିବାବେଳେ, ଅଲିଭ ରିଡଲେ ପେଟ୍ରୋଲିଂ ଦଳଙ୍କ ହାବୁଡ଼ରେ ପଡିଥିଲା । ପେଟ୍ରୋଲିଂ ଦଳର ମୁଖ୍ୟ, ତଥା ଅସ୍ତରଙ୍ଗ ମେରାଇନ ର ମୁଖ୍ୟ ଅଧକାରୀ,ନିପ୍ରବର ରାଉତ, ଦୁଇଟି ବୋଟର କାଗଜ ପତ୍ର ମାଗି ଥିଲେ ।ହେଲେ,ବୋଟ,ବଗଲାମୁଖୀ,ଓ ସାନଭି ଦୁଇଟିର କିଛି କାଗଜ ପତ୍ର ନ ଥିବାରୁ ବୋଟରେ ଥିବା ୯ ଜଣ ଧୀବରଙ୍କୁ ପେଟ୍ରୋଲିଂ ବୋଟକୁ ଆଣି, ଆଗେ ଆଗେ ଆସି, ପଛରେ, ଦୁଇଗୋଟି ବୋଟ କୁ ଆସିବାକୁ କହିଥିଲେ । ହେଲେ,ଵୋଟର ବ୍ୟବଧାନ ଏକ କିଲୋମିଟର ଦୂରତା ଭିତରେ ସମୁଦ୍ରରେ କିଛି ବାଟ ଆସିଲା ପରେ, ଵୋଟ ଦୁଇଟି,କୌଶଳ କ୍ରମେ ,ସମୁଦ୍ରର ଅଥଳ ଜଳ ରାଶିରେ ଖସିଯିବାକୁ ସକ୍ଷମ ହୋଇଥିଲା । ପରବର୍ତ୍ତୀ ମୁହାର୍ତ୍ତରେ, ପେଟ୍ରୋଲିଂ ବୋଟଟି ଗୋଡ଼ାଇ ଧରିବାକୁ, ଚେଷ୍ଟା କରିଥିଲେ ମଧ୍ୟ ,ତାଙ୍କର ବେଗ ଅଧିକ ଥିବାରୁ ସେମାନେ ଖସି ଯାଇଥିବା ଦେଖିବାକୁମିଳିଥିଲା ।୯ ଜଣ ଧୀବରଙ୍କୁ,ଦେବୀ ମୁଁହାଁଣର ଜଙ୍ଗଲ ବିଭାଗ ଆଶ୍ରୟ ସ୍ଥଳୀରେ, ପୋଲିସ ହେପାଯତରେ ରଖାଯାଇ, ବିଭାଗୀୟ ଡେପୁଟି ଡ଼ାଇରେକ୍ଟରଙ୍କୁ ଖବର ଦିଆଯାଇ ଥିଲା । ସୋମବାରଦିନ ଅସ୍ତରଙ୍ଗ ମସ୍ୟ ଅଧିକାରୀ, ନିପ୍ରବର ରାଉତ, ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସଙ୍କ ସମେତ,ଜଙ୍ଗଲ ବିଭାଗ ଅଧିକାରୀ ମାନେ ପହଂଚି,ଅଟକ ଧୀବର ମାନଙ୍କୁ ପଚରା ଉଚରା କରିବା ପରେ,ନୂଆଗଡ ସାମୁଦ୍ରିକଥାନାକୁ ହସ୍ତାନ୍ତର କରିଥିଲେ । ସାମୁଦ୍ରିକଥାନା ଅଧକାରୀ,ରବିନ୍ଦ୍ରକୁମାର ସେଠି,ଦଫା 447,353,486,ବାଇ,34 ଆଇ ପି ସି ରେ ଏକ ମୋକଦମା ରୁଜ କରି,ପଚରା ଉଚରା ଜାରି ରଖିଥିବାବେଳେ,ମଙ୍ଗଳବାର ଦିନ ନିମାପଡା କୋର୍ଟ ଚାଲାଣ କରାଯିବ ବୋଲି, ପ୍ରକାଶ କରିଛନ୍ତି। ଅପରପକ୍ଷରେ,ବଗଲାମୁଖୀ ବୋଟ ଡ୍ରାଇଭର , ଖସି ଯାଇଥିଲେ ମଧ୍ୟ, ପେଟ୍ରୋଲିଂ ଦଳ, ତାର ,ବବ୍ୟହୃତ ମୋବାଇଲ ଜବତ କରି ଯାଞ୍ଚ କରୁଥିବା ଜଣା ପଡ଼ିଅଛି । ବୋଟ ଦୁଇଟିମଧ୍ୟରୁ ଗୋଟିଏର ଶିମ୍ବଲ ଏଫବିଡି ବଗଲାମୁଖୀ ରହିଥିବା ବେଳେ,ଅନ୍ୟ ବୋଟର ଏଫ ବି ସାନଭି, ରହିଅଛି ।
ରାଜ୍ୟ
ଗଭୀର ସମୁଦ୍ରରେ ପେଟ୍ରୋଲିଂ ବେଳେ ୯ ବଙ୍ଗୀୟ ଗିରଫ, ବୋଟ ଫେରାର।
- Hits: 306