ହେଡଲାଇନସ୍:

ଆଦିତ୍ୟ ବିର୍ଲା ସ୍କୁଲରେ ଟକ ଶୋ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଟିକିରି ରୁ ବୈକୁଣ୍ଠ ଦୁରିଆ:  ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନିଷ୍ଟ ଓଷାପଡା ସ୍ଥିତ ସ୍କୁଲ ପରିସରରେ ବିଦ୍ୟାଳୟର ଅଦକ୍ଷ୍ୟ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ଦାଶ ଙ୍କ ଅଦକ୍ଷତାରେ ବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ପ୍ରଥମ ଏକ ଟକ ଶୋ ଆୟୋଜିତ ହଇଯାଇଛି | ଏଥିରେ ବିଦ୍ୟାଳୟର ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର ୟୁନିଟ ହେଡ଼ ତଥା ବିଦ୍ୟାଳୟର ପରିଚାଳନା କମିଟି ମୁଖ୍ୟ ଶ୍ରୀଯୁକ୍ତ ମଜହର ବେଗ ମୁଖ୍ୟ ଅତିଥି ଓ ସି.ଏସ.ଆର ମୁଖ୍ୟ ଶ୍ରୀମତୀ ଡ଼. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସନମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ | ସର୍ବ ପ୍ରଥମେ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଦାଶ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ କିଭଳି ଭାବରେ ଏହି ବିଦ୍ୟାଳୟ 2021 ମସିହାରୁ ଏହି ଅଞ୍ଚଳରେ ଏକ ସନ୍ତାନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ସେ ବିଷୟରେ ନିଜର ଅଭିମତ ଉପସ୍ଥାପନା କରିଥିଲେ | ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେଗ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଏହି ଅଞ୍ଚଳରେ ଏକ ଅନ୍ତର୍ଜାତୀୟ ମାନସନମାନ ବିଦ୍ୟାଳୟ ଗଠନ ନିମନ୍ତେ ଉତ୍କଳ ଆଲୁମିନା କିଭଳି ପ୍ରୟାସ ଜାରି ରଖିଛି, ସେ ବିଷୟରେ ନିଜର ଅଭିଭାଷଣ ଦେଇ ଉଦଧନ କରିଥିଲେ ଏବଂ ତେଣୁ ଛାତ୍ରଛାତ୍ରୀମାନେ ସେମାନଙ୍କର ଉକୃଷ୍ଟା ପ୍ରଦଶନ ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ | ସମ୍ପାନୀୟ ଅତିଥି ଶ୍ରୀମତୀ ଡ଼. ଲୋପାମୁଦ୍ରା ପ୍ରିୟଦର୍ଶିନୀ "ମାନବ ସେବା ହିଁ ପ୍ରକୃତ ସେବା " ଉପରେ ଗୁରୁତ୍ୱଆରୋପ କରି ନିଜର ଅଭିଭାଷଣ ଉପସ୍ଥାପନ କରିଥିଲେ |

ଏହି ଟକ ଶୋ ର ବିଷୟ ବସ୍ତୁ ଥିଲା "ପିଲାମାନେ ବିଦ୍ୟାଳୟ ପରିସରକୁ ମୋବାଇଲ ଫୋନ ଆଣିବା ଉଚିତ!" ଏହି ଟକ ଶୋ କୁ ଛାତ୍ରପ୍ରତିନିଧି ଶ୍ରୀମାନ ଅଧାଶ ପାଣ୍ଡେ ପରିଚାଳନା କରିଥିଲେ | ଏହା ଉପରେ ପିଲାମାନେ ନିଜନିଜର ମତାମତ ଅତ୍ୟନ୍ତ ସୁନ୍ଦର ସାବଲୀଳ ଡଙ୍ଗରେ ଉପସ୍ଥାପନ କରିଥିଲେ |ଶେଷରେ ସମସ୍ତଙ୍କର ମତାମତ ଶୁଣିବା ପରେ ଅଧକ୍ଷ ଶ୍ରୀଯୁକ୍ତ ଦାଶ ନିଜର ମତାମତରେ ଏହି ଉକ୍ତି ଉପସ୍ଥାପନ କରିଥିଲେ ଯେ ପିତାମାତାଙ୍କ ନିର୍ଦ୍ଧେଶରେ ଛାତ୍ରଛାତ୍ରୀମାନଙ୍କୁ ଘରେ ମୋବାଇଲ ଫୋନ ବ୍ୟବହାର କରିବାକୁ ଅନୁମତି ଦିଆଯାଇପାରେ | କିନ୍ତୁ ବିଦ୍ୟାଳୟରେ ସେମାନଙ୍କୁ ଅତ୍ୟାଧୁନିକ କାରିଗରୀ କୈଶଳ ଓ ପ୍ରଯୁକ୍ତିବିଦ୍ୟାର ସହାୟତାରେ ଶିକ୍ଷାଦାନର ସମସ୍ତ ବ୍ୟବସ୍ଥା କରାଯାଇଛି | ତେଣୁ ମୋବାଇଲ ଫୋନକୁ ବିଦ୍ୟାଳୟକୁ ଅନୁମତି ଦେବା ଅତ୍ୟନ୍ତ କଷ୍ଟଦାୟକ ଏବଂ କଷ୍ଟକର ବୋଲି ମତବ୍ୟକ୍ତ କରିଥିଲେ |

ପରିଶେଷରେ ବିଦ୍ୟାଳୟର ଅଧ୍ୟାପିକା ମିସ ଆର. ମାନସୀଙ୍କ ଦ୍ଵାରା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣପୂର୍ବକ କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଥିଲା |

0
0
0
s2sdefault