କୋମନା/ ଭାଗିରଥି ଭୋଇ - ନୂଆପଡା ଜିଲା କୋମନା ବ୍ଲକ ନୂଆଗାଁ କୁରାଳ କମିଟି ଦ୍ୱାରା ଗ୍ରାମରେ କୁମ୍ଭକାର ସମ୍ପ୍ରଦାୟର କୁରାଳ ପଂଚମୀ ପୂଜା ପାଳିତ ହୋଇଯାଇଛି । ଏଥିରେ କର୍ତାଭାବେ ରାଜେନ୍ଦ୍ର ରଣା ଓ ପତ୍ନୀ କନକ ରଣା ଥିବେବେଲେ ପୂଜକ ଭୈରାମ ପଣ୍ଡା ପୂଜାର୍ଚନା କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଶତାଧିକ ମହିଳା ଗାଁ ର ସୁନ୍ଦର ନଦୀରୁ ଏକ କଳସଯାତ୍ରା ରେ ପାଣି ଆଣି ବେଦୀ ମଣ୍ଡପରେ ସ୍ଥାପନା କରିଥିଲେ । ପରେ ପୂଜା ଆରମ୍ଭ ହେବା ସହ ରାତ୍ରୀରେ ସାଂକୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ଗ୍ରାମବାସୀ । ଜୟପ୍ରକାଶ ରଣା,ମୁକେଶ ରଣା,ଲମ୍ବୋଦର ରଣା,ପୁରନ୍ଦର ରଣା,ବିରଂଚି ରଣା,ଲକ୍ଷ୍ମୀକାନ୍ତ ରଣା, ସିତାରମ ରଣା, ଡୋଳାମଣୀ ରଣା ପ୍ରମୂଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।
ରାଜ୍ୟ
ନୂଆଗାଁରେ କୁରାଳ ପଂଚମୀ
- Hits: 504