ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ସଦର ନିକଟସ୍ଥ ପିତାମହଲ ଠାରେ ଥିବା ସେଂଚୁରିଆନ ୟୁନିଭରସିଟିର ସମ୍ମିଳନୀ କକ୍ଷରେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବର ସଭାରେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସଭାପତି ଶ୍ରୀ ସରୋଜ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ରାୟଗଡର ଜଣାଶୁଣା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସେଂଚୁରିଆନ ୟୁନିଭରସିଟିର ନିର୍ଦେଶକ ଶ୍ରୀ ରାଜେଶ କୁମାର ପାଢୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜଗତରନାଥ ଜଗନ୍ନାଥ ଓ ରାୟଗଡର ଅଧିଷ୍ଟାତ୍ରୀ ଦେବୀ ମାଁ ମଝୀଘରିଆଣୀଙ୍କ ତୈଳ ଚିତ୍ର ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହା ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦୀରର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ ଗାନ କରାଯାଇଥିଲା ।

ଏହି ଅବସରରେ ତାମିଲନାଡୁର ନିଳଗିରି ଠାରେ ଭାରତୀୟ ବାୟୁସେନାର ହେଲିକେପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦେଶର ସୁରକ୍ଷା (ସିଡିଏସ)ର ମୁଖ୍ୟ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ୧୨ ଜଣ ଜବାନଙ୍କ ଦୁଃଖଦ ଶହୀଦରେ ଗଭିର ଶ୍ରଦ୍ଧାଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଆସୋସିଏସନର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସାମ୍ବାଦିକ ମାନେ ଦେଶର ଜାଗ୍ରତ ପ୍ରହରୀ, ସମାଜର ଦୁର୍ନିତୀ କୁସଂସ୍କାରକୁ ମୁଳୋତ୍ପାଟନ କରିବାରେ ସାମ୍ବାଦିକ ମାନେ ପ୍ରମୂଖ ଭୁମିକା ଗ୍ରହଣ କରିଥାଆନ୍ତି । ନିଜେ କଷ୍ଟରେ ରହି ମଧ୍ୟ ସମ୍ବାଦ ପରିବେଷଣ କରିବାରେ କେବେ ହେଳା କରିନଥାଏ ସାମ୍ବାଦିକ । ବର୍ତମାନ ସାମ୍ବାଦିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ମୁଖ୍ୟ ଅତିଥି ଓ ନିମନ୍ତ୍ରୀତ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ । ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖା ଦ୍ୱାରା କରାଯାଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଗୁଡିକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ । ଆସୋସିଏସନର ସଭାପତି ବର୍ତମାନ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ରାଶିକୁ ୫ ଲକ୍ଷ ଟଙ୍କା ବୀମାରାଶି କରିବା ପାଇଁ ଦାବୀ କରିଥିଲେ । ଏହା ସହ ଅବସର କାଳୀନ ଭତା, ବାସ ଉପୋଯୋଗି ଜମି, ବସ ଏବଂ ରେଳ ଯାତ୍ରା ପାଇଁ ପାସ୍ ଓ ସାମ୍ବାଦିକଙ୍କ ମୃତ୍ୟୁ ପରେ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ନିମନ୍ତ୍ରୀତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ଏହା ସହ ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ଦୟାନନ୍ଦ ଖାଡାଙ୍ଗାଙ୍କୁ ମୁଖ୍ୟ ଅତିଥି ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଉକ୍ତ ଉତ୍ସବରେ ରାୟଗଡ ଜିଲ୍ଲାରେ ଥିବା ୪ ଗୋଟି ପ୍ରମୂଖ କାରଖାନା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ଜେ. କେ. କାଗଜ କଳ, ଇମ୍ଫା ଥେରୁବାଲି ଓ ଫେମାକେମ ଇଣ୍ଡିଆ ଲିମିଟେଡ କମ୍ପାନୀ ସେମାନଙ୍କ କମ୍ପାନୀର ଚତୁର୍ପାଶ୍ୱ ଗ୍ରାମର ଉନ୍ନତି କରଣ କାର୍ଯ୍ୟକ୍ରମ ପାଇଁ ମାନପତ୍ର, ଉପଢୌକନ ଓ ସିଲ ଦେଇ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ସମ୍ମାନୀତ କରିଥିଲେ ଏହା ସହ ରାୟଗଡ ବନରକ୍ଷୀ ଶ୍ରୀ ପ୍ରସାଦ କୁମାର ବେହେରାଙ୍କୁ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ, ସର୍ପବନ୍ଧୁ ଶ୍ରୀ ପ୍ରଦୀପ କୁମାର ସେନାପତି, ଜାତୀୟ ସ୍ତରୀୟ ମହିଳା ଶକ୍ତୀଉତୋଳନରେ ସ୍ୱର୍ଣ୍ଣ ପଦକ ବିଜେତା ଓ ଷ୍ଟ୍ରଙ୍ଗ ଓମେନ ଉପାଧି ପାଇଥିବା ରାୟଗଡର ଝିଅ ସୁଶ୍ରୀ ପ୍ରିତୀ କଣ୍ଡାଗରୀଙ୍କୁ ନିମନ୍ତ୍ରୀତ ସମସ୍ତ ଅତିଥିଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଓ ସିଲ ଦେଇ ସମ୍ମାନୀତ କରାଯାଇଥିଲା ।

ଉକ୍ତ ଉତ୍ସବ ପାଳନ ଅବସରରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବରିଷ୍ଠ ପ୍ରବନ୍ଧକ ଲିଆସନ ଯୋଗାଯୋଗ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପିତାମ୍ବର ବେହେରା, ଜେ .କେ. କାଗଜ କଳର ସାମାଜିକ ମୂଲ୍ୟବୋଧ ଓ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁନୀଲ କୁମାର ନାଥ, ଲେକ ସମ୍ପର୍କ ଅଧିକାରୀ ଶ୍ରୀ ହରିହର ଖମାରୀ, ଶ୍ରୀ ମିଲନ ଲେଙ୍କା, ଇମ୍ଫା ଥେରୁବାଲିର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଜୟ କୁମାର ସିଂ, କନିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ମିଶ୍ର, ସୁପରଭାଇଜର ରବିନ୍ଦ୍ର କୌଶଲ୍ୟା , ଓ ଫେମାକେମ ଇଣ୍ଡିଆ ଲିମିଟେଡର ଡେପୁଟି ମ୍ୟାନେଜର (ଉତ୍ପାଦ) ଶ୍ରୀ ଚିତରଞ୍ଜନ ଦାସ ଏବଂ ବରିଷ୍ଠ ଅଧିକାରୀ (ଆକାଉଣ୍ଟସ) ଶ୍ରୀ ତରୁଣ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ଅଧ୍ୟାପିକା ଶୁଭଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆସୋସିଏସନର ସଭ୍ୟ ଦୀପକ ପଣ୍ଡା, ବୈକୁଣ୍ଠ ଦୁରିଆ, ହରିନାରାୟଣ ଦାଶ, ଅଭିଶେକ ପାଣିଗ୍ରାହୀ, ଶ୍ରୀନାଥ ତାଡିଙ୍ଗୀ, ସାହୁ କୁଳଦୀପ, ବିଶ୍ୱରାଜ ଛିଂଚାଣି, ମନୋରଞ୍ଜନ ବିଶ୍ୱାଳ ଓ ଶ୍ରୀକାନ୍ତ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ନିମନ୍ତ୍ରୀତ ରାୟଗଡର ସମସ୍ତ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault