ଜେଲ ଗଲେ ପିଇଓ ଅଚ୍ୟୁତାନନ୍ଦ:ଆୟ ଠାରୁ 215 ପ୍ରତିଶତ ଅଧିକ ସମ୍ପତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା -(ସୁଢଳ ଦେବ ସୁନାନୀ ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଜୁଯୁମୁରା ବ୍ଲକ ଝାଙ୍କର ପାଲି ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆ ଙ୍କୁ ଗିରଫ କରିଛି l ସେ ଜମନକିରା ବ୍ଲକ ସୁବର୍ଣ୍ଣ ପାଲି ଗ୍ରାମର ମୂଳ ବାସିନ୍ଦା ଅଟନ୍ତି l ତାଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାବେଳେ ଜାମିନ ନହେବାରୁ 18ଡ଼ିସେମ୍ବର ପର୍ଯନ୍ତ ଜେଲ ହାଜତ କୁ ପଠାଇ ଦିଆଯାଇଛି l ଗତକାଲି ଭିଜିଲାନ୍ସ ବିଭାଗର 2ଜଣ ଡିଏସପି 3ଜଣ ଇନିସ୍ପେକଟର,2ଜଣ ଏଏସ ଆଇ ଙ୍କ ନେତୃତ୍ୱ ରେ ଗଠିତ 4ଟି ଟିମ କୁଚିଣ୍ଡା ମାଉଲି ବନ୍ଧପଡା ରେ ଥିବା ଅଚ୍ୟୁତାନନ୍ଦ ଙ୍କ ଆବାସିକ କୋଠା ସୁବର୍ଣ୍ଣପାଲି ରେ ଥିବା ପୈତୃକ ବାସଭବନ ରେ ଓ 3ଟି ଦୋକାନ ଘର ଏବଂ ଝାଙ୍କର ପାଲି ପଞ୍ଚାୟତ କାର୍ଯ୍ୟାଳୟ ରେ ଚଢ଼ାଉ କରିଥିଲେ ଯାଞ୍ଚ ପରେ ସର୍ବମୋଟ 1.12କୋଟି ଟଙ୍କା ସମ୍ପତ୍ତି ଠୁଳ କରିଥିବା ଜଣାପଡିଛି l ସେଥିରୁ ଘର ଓ ଦୋକାନ ବ୍ୟତୀତ କୁଚିଣ୍ଡା ଓ ସମ୍ବଲପୁର ସଂକର୍ମା ରେ 2ଟି ପ୍ଲଟ 10.43 ଲକ୍ଷ ବୀମା ରାଶି ଏବଂ ବ୍ୟାଙ୍କ ରେ 1.15 ଲକ୍ଷ ଟଙ୍କା ଜମାରହିଥିବା ଜଣାପଡିଛି l ଏହା ତାଙ୍କ ଆୟ ଠାରୁ 205 ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି |

 

0
0
0
s2sdefault