ହେଡଲାଇନସ୍:

"ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଏଫ୍‌ସିଆଇ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଲେ ବିଜେଡି ସଂସଦୀୟ ଦଳ

ନୂଆଦିଲ୍ଲୀ :ଉଷୁନା ଚାଉଳ ପ୍ରସଙ୍ଗ ନେଇ ବିଜୁ ଜନତା ଦଳର ରାଜ୍ୟସଭା ଓ ଲୋକସଭା ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ସାକ୍ଷାତ କରିଛନ୍ତି | ଏହା ସହିତ ଓଡ଼ିଶାରୁ ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ସଂଗ୍ରହ କରୁ ବୋଲି ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି | ସେ ଏହି ପ୍ରସଙ୍ଗରେ ସହୃଦୟତାର ସହ ବିଚାର କରିବେ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ ନିଶ୍ଚିତ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ବିଜେଡି ସଂସଦୀୟ ପ୍ରତିନିଧି ଦଳ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୪ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ବଣ୍ଟନ ସରିଲା ପରେ ଆଉ ୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ବଳକା ହୁଏ ।ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ କରିବେ ନାହିଁ ତାହାହେଲେ ରାଜ୍ୟର ପ୍ରାୟ ୧୦ଲକ୍ଷ ଚାଷୀ ପରିବାର କ୍ଷତିଗ୍ରସ୍ତ ହେବେ । ଏ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ପୂର୍ବରୁ କେନ୍ଦ୍ରକୁ ପତ୍ର ଲେଖିଛନ୍ତି। ‌ତେଣୁ ଉଷୁନା ଚାଉଳ ସଂଗ୍ରହ କରାନଯିବା ନେଇ ଡିଏଫ୍‌ପିଡି ପକ୍ଷରୁ ଜାରି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି ।

0
0
0
s2sdefault