ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ କ୍ଲବ ସାହି ଠାରେ ପାନୀୟ ଜଳ ଯୋଗାଣରେ ହେଉ ଥିବା ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଆଜି କ୍ଲବ ସାହିର ମହିଳାମାନେ ପାନୀୟ ଜଳ ଯୋଗାଣରେ ହେଉଥିବା ସମସ୍ୟାକୁ ନେଇ ଘୁ.ଉଦୟଗିରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟାଳୟକୁ ଘେରାଉ କରିଥିଲେ I ଏହି ସମସ୍ୟା କ୍ଲବ ସାହି ସମେତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଲାଗିରହିଥିଲେ ମଧ୍ୟ କାର୍ଯ୍ୟରତ ସରକାରୀ କର୍ମଚାରୀ ଜନସାଧାରଣଙ୍କ ଦାବୀକୁ ଅଣଦେଖା କରୁଥିବା ସାଧାରଣରେ ମତ ପ୍ରକାଶ ପାଇଛି I ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡର ଜନସାଧାରଣ ଠିକ ଭାବରେ ପାନୀୟ ଜଳ ପାଉନଥିବାର ଅଭିଯୋଗ ହୋଇ ଆସୁଅଛି I କିନ୍ତୁ ବିଭାଗୀୟ କର୍ମଚାରୀ ଏହି ସମସ୍ୟାକୁ ଦୂର କରିବା ପାଇଁ ଉଦ୍ୟମ କରୁନଥିବା ୱାର୍ଡ ୫ର ବାସୀନ୍ଧା ବିଜୟ କୁମାର ସାହୁ ଅଭିଯୋଗ କରିଛନ୍ତି I ଘୁ.ଉଦୟଗିରିର ଜନସାଧାରଣ ପାନୀୟ ଜଳ ପାଉନଥିବା ବେଳେ ଅନ୍ୟପକ୍ଷରେ କାର୍ଯ୍ୟରତ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପାଇପ ଫାଟି ରାସ୍ତାରେ ପାନୀୟ ଜଳ ବୋହିଯାଉଥିବା ଅନେକ ସମୟରେ ନଜିର ଆସିଛି I ତେଣୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ୫ ନମ୍ବର ୱାର୍ଡ ଅଞ୍ଚଳର ବାସିନ୍ଦା ସୁଜିତ କୁମାର ସାହୁ, ଧର୍ମେନ୍ଦ୍ର ପ୍ରଧାନ, ରୁନୁ ପାତ୍ର, ମନସ୍ମିତା ମହାପାତ୍ର, ଚନ୍ଦ୍ରମା ସାହୁ, ସୁନୀଲ କୁମାର ଦିଗାଲ, ବି.ମହେଶ ପାତ୍ର ଓ ଲକ୍ଷ୍ମୀ ନାୟକ ପ୍ରମୁଖ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି I ଯଦି ଏହାର ଉଚିତ ସମାଧାନ ନ ହୁଏ ତାହେଲେ ଆଗାମୀ ଦିନରେ କାର୍ଯ୍ୟାଳୟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି I
ରାଜ୍ୟ
ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା
- Hits: 655