ହେଡଲାଇନସ୍:

ବାତ୍ୟା ଦୁର୍ବଳ ହେଲା: ରାଜ୍ୟରେ ଗଭୀର ଅବପାତ ନେଇ ସୂଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗର ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ସ୍ଥଳରେ ଥିବା ଗଭୀର ଅବପାତ ଜଓ୍ୱାଦ୍ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି ଏବଂ ଏହା ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛିା ଏହି ଅବପାତ ଆଜି ଅପରାହ୍ନ ୨.୩୦ ମିନିଟରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀର ନିକଟତର ହୋଇ ବଙ୍ଗୋପସାଗରର ଉତ୍ତରପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛିା ଏହା ପୁରୀର ଦକ୍ଷିଣପୂର୍ବ ଦିଗରେ ୫୦ କିମି ଦୂରରେ, ପାରାଦ୍ୱୀପର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୦୦ କିମି ଦୂରତା ଏବଂ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛିା ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଅବପାତ କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେଉଛି ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ପୁନର୍ବାର ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟରେ ରୂପାନ୍ତରିତ ହେବାର ସମ୍ଭାବନା ଅଛିା
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କୋହଲା ପବନ ୪୫-୫୫ କିମି ଘଣ୍ଟା ପ୍ରତି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ୬୫ କିମି ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛିା ପବନର ବେଗ କ୍ରମଶଃ କମିଯାଇ ପରବର୍ତ୍ତୀ ୧୨ ଘଣ୍ଟା ସମୟରେ ଏହା ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବାର ସମ୍ଭାବନା ରହିଛିା
ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ଯିବା ନିମନ୍ତେ ବାରଣ କରାଯାଇଛିା ଓଡ଼ିଶାର ସମସ୍ତ ସାମୁଦି୍ରକ ବନ୍ଦରଠାରେ ସ୍ଥାନୀୟ ସତର୍କତା ସିଗ୍ନାଲ୍-୩ ଜାରି କରାଯାଇଛିା
ସାମୁଦି୍ରକ ବାତ୍ୟା ଜଓ୍ୱାଦ୍ର ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗତ ୨୪ ଘଣ୍ଟାରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଛିା ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୪୭.୮ ମିମି, ଜଗତସିଂହପୁରରେ ୩୮.୩ ମିମି, କେନ୍ଦ୍ରାପଡ଼ାରେ ୩୫.୭ ମିମି, ଖୋର୍ଦ୍ଧା ଜିଲ୍ଲାରେ ୩୩ ମିମି, ପୁରୀ ଜିଲ୍ଲାରେ ୨୫.୫ ମିମି, ଭଦ୍ରକ ଜିଲ୍ଲାରେ ୨୧.୬ ମିମି, ନୟାଗଡ଼ ଜିଲ୍ଲାରେ ୨୧.୬ ମିମି, କଟକ ଜିଲ୍ଲାରେ ୨୦.୫ ମିମି, ଯାଜପୁରରେ ୧୮.୨ ମିମି, ବାଲେଶ୍ୱରରେ ୧୬.୯ ମିମି, ବୌଦ୍ଧରେ ୧୫.୩ ମିମି, ଢେଙ୍କାନାଳରେ ୧୧ ମିମି ଏବଂ ଗଜପତି ଜିଲ୍ଲାରେ ୧୦.୫ ମିମି ବୃଷ୍ଟିପାତ ହୋଇଛିା
ରାଜ୍ୟରେ ହାରାହାରି ୧୧.୮ ମିମି ବୃଷ୍ଟିପାତ ପରିଲକ୍ଷିତ ହୋଇଛିା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକରେ ସର୍ବାଧିକ ୧୫୮ମିମି ବୃଷ୍ଟିପାତ ରେକର୍ଡ କରାଯାଇଛିା ସେହିପରି ୧୨ଟି ବ୍ଲକ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ମିମିରୁ ଉର୍ଧ୍ଵ ଓ ୫୮ଟି ବ୍ଲକରେ ୨୦-୫୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛିା
ବାତ୍ୟା ପ୍ରଭାବିତ ୬ ଜିଲ୍ଲାରେ ୧୨୦ଟି ଆଶ୍ରୟସ୍ଥଳୀ ରହିଛି, ଯେଉଁଥିରେ ପାଖାପାଖି ୪୦୦୦ ଲୋକ ବର୍ତ୍ତମାନ ଆଶ୍ରୟ ନେଇଛନ୍ତିା ପ୍ରାୟ ୪୦୦ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛିା ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ୨୬୬ ଓଡ୍ରାଫ୍, ଏନ୍ଡିଆରଏଫ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛିା ରାଜ୍ୟ ସରକାରଙ୍କ ତରଫରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛିା ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପୁରୀ, ଖୋର୍ଦ୍ଧା, କଟକ,
ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ସମେତ କଟକ, ଭୁବନେଶ୍ୱର ସହରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛିା
ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଅଛନ୍ତିା ରାଜ୍ୟ ସରକାର ବାତ୍ୟାର ଗତିବିଧି ଓ ପ୍ରଭାବ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତିା

0
0
0
s2sdefault