ହେଡଲାଇନସ୍:

ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ଦୁଃଶାସନ ନାୟକ :-ଆଜି ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ମା ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀ ଜିଲ୍ଲା ଶାଖା ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବ ରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ରାଜ୍ୟ କ୍ରୀଡାମନ୍ତ୍ରୀ ତଥା କାକଟପୁର ବିଧାୟକ ଶ୍ରୀ ଯୁକ୍ତତୁଷାରକାନ୍ତି ବେହେରା ଯୋଗଦେଇ ସାମ୍ବାଦିକ ମାନଙ୍କର ସମାଜ ପ୍ରତି ଥିବା ଗୁରୁ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ. ଏହି ଉତ୍ସବ ର ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ର ଅତିରିକ୍ତ ଶାସନସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାସ ଯୋଗ ଦେଇ ଗଣତନ୍ତ୍ର ରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ.। ସେହିପରି ଭାବେ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ତଥା ରାଜ୍ୟ ବିଜେଡିର କାର୍ଯ୍ୟକାରିଣୀ ସଦସ୍ୟ ସ୍ୱାଧୀନ କୁମାର ନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ | ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ସଭାପତି ସୁଜ୍ଞାନ ଚୌଧୁରୀ ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର କ୍ରୀଡାମନ୍ତ୍ରୀଙ୍କ ଜରିଆରେ ପ୍ରଦାନ କରିଥିଲେ. ।

ଏହି ଉତ୍ସବରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ର ପୁରୀ ଜିଲ୍ଲା ଆବାହକ ଶରତ କୁମାର ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶୋଭକାର ବେହେରା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଆର୍ଯ୍ୟ ବିଶ୍ୱାଳ।ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ଟୁଲୁ ବେହେରା ଓ ବିତରକ ଦିବାକର ନାୟକଙ୍କୁ ମନ୍ତ୍ରୀ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧନା କରିଥିଲେ । କାର୍ଯ୍ୟକ୍ରମର ଅନ୍ୟ ମାନଙ୍କ ମଧ୍ୟ୍ୟରେ ବରିଷ୍ଠ ସାମ୍ବାଦିକ ତଥା ବେଳାଭୁମି ସହିତ୍ୟି ସଂସଦର ସମ୍ପାଦକ ଦୁଃଶାସନ ନୟକ ,ନିରଞ୍ଜନ ଦାସ ,ସମୀର କର, ଆତ୍ରତାଣ ମହାନ୍ତି, ରାଜେଶ ମହାନ୍ତି, ପ୍ରକାଶ କୁମାର ବେହେରା, ବିଭୁତି ମହାପାତ୍ର, ମନୋଜ ବିଶ୍ୱାଳ, ପ୍ରିୟବ୍ରତ ମୁଦୁଲି, ତପନ ଛାଟୋଇ, ପୂର୍ଣ୍ଣ ପଣ୍ଡା, କମଳଲୋଚନ ଦୀକ୍ଷିତୀ, ଆଦିତ୍ୟ ରାଉତ,ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault