ହେଡଲାଇନସ୍:

ସୂଚନା ଅଧିକାର ଆଇନ ଖୋଲିଲା ଆବାସ ଗୁମର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗରିବୀ ଦୂରୀକରଣ ନାଁରେ କେନ୍ଦ୍ର ରାଜନୀତି କରୁଛି, ରାଜ୍ୟ ସରକାର ପ୍ରତିବାଦ କରିବା ଆବଶ୍ୟକ : ହେମନ୍ତ ପଣ୍ଡା

ଓଡ଼ିଶାକୁ କେନ୍ଦ୍ର ଆବାସ ଯୋଜନାରେ ଘୋର ଅବହେଳା ଓ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ବିଗତ ପାଞ୍ଚ ବର୍ଷରେ ଓଡିଶାକୁ ଆବଣ୍ଟିତ ଆବାସ ଯୋଜନାର ମାତ୍ର ଅଧା ଭାଗ ଦିଆଯାଇଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି । ବଲାଙ୍ଗୀର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟକୁ ଦେଶରେ ଆବାସ ଯୋଜନା ସମ୍ପର୍କୀତ ତଥ୍ୟ ମାଗିଥିଲେ । ଯେଉଁଥିରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଅଣଦେଖା କରାଯାଇଥିବାର ସେ କହିଛନ୍ତି । କେନ୍ଦ୍ର ଦେଇଥିବା ସୂଚନା ଆନୁସାରେ 2016 /17 ବର୍ଷରେ ଓଡ଼ିଶାକୁ କେନ୍ଦ୍ର 396 ହଜାର 102 ଆବାସ ଘର ଆବଣ୍ଟନ କରିଥିଲା । ଯେଉଁଥିରେ ମାତ୍ର 76 ହଜାର 316 ଟି ଘର ନିର୍ମାଣ ହୋଇଥିଲା । ସେହିପରି 17/ 18 ରେ 340 ହଜାର 498 ଆବଣ୍ଟିତ ହୋଇ ଥିବାବେଳେ ମାତ୍ର 450 ହଜାର 708 ଘର ହୋଇଥିଲା । 18 /19 ରେ 255 ହଜାର 985 ରୁ 409 ହଜାର 460, 19/20 ବର୍ଷରେ 693 ହଜାର 52 ଘରରୁ 361 ହଜାର 188, 20/ 21 ରେ 199 ହଜାର 190 ରୁ 395 ହଜାର 110 ଘର ହୋଇଥିଲା ଏବଂ ଚଳିତ 21/22 ବର୍ଷରେ 817 ହଜାର 513 ଘର ଆବଣ୍ଟିତ ହୋଇ ଥିବାବେଳେ 76 ହଜାର 858 ଘର ନିର୍ମାଣ ହୋଇପାରିଛି ।ତେବେ ଆର୍ଥିକ ଆବଣ୍ଟନକୁ ନଜର ପକାଇଲେ 17/18 ବର୍ଷରେ 269 କୋଟି 16 ଲକ୍ଷ୍ୟ 40 ହଜାର 313 ଟଙ୍କା ଆବଣ୍ଟିତ ହୋଇଥିଲା । ହେଲେ କେନ୍ଦ୍ର ଏହା ବଦଳରେ ମାତ୍ର 31 କୋଟି 24 ଲକ୍ଷ୍ୟ 5903 ଟଙ୍କା ଦେଇଥିଲା । ସେହିପରି 18/19 ବର୍ଷରେ କେନ୍ଦ୍ର ଆବାସ ଯୋଜନା ବାବଦକୁ 202 କୋଟି 33ଲକ୍ଷ 50ହଜାର 625 ଟଙ୍କା ଦେବା ବଦଳରେ ଦେଇଥିଲା 32 କୋଟି 90 ଲକ୍ଷ 32 ହଜାର 402 ଟଙ୍କା । ସମାନ ଭାବରେ 19/20 ବର୍ଷରେ କେନ୍ଦ୍ର ଓଡ଼ିଶା ପାଇଁ 5 କୋଟି 6ଲକ୍ଷ 12 ହଜାର 885 ଟଙ୍କା ଆବାଣ୍ଟିତ କରି 2 କୋଟି 19 ଲକ୍ଷ ଟଙ୍କା ଦେଇଥିଲା । 20/21 ବର୍ଷ ରେ କେନ୍ଦ୍ର 518 କୋଟି 27ଲକ୍ଷ 28 ହଜାର 125 ଟଙ୍କା ଦେବାକୁ ଥିବାବେଳେ ଦେଇଥିଲା 28 କୋଟି 21 ଲକ୍ଷ 87ହଜାର 365 ଟଙ୍କା । ସେହିପରି ଚଳିତ ବର୍ଷ ଅର୍ଥାତ୍ 21/22 ବର୍ଷ ପାଇଁ କେନ୍ଦ୍ର ଓଡ଼ିଶାକୁ ଆବାସ ଯୋଜନାରେ 58 କୋଟି 86 ଲକ୍ଷ 9ହଜାର 375 ଟଙ୍କା ଆବଣ୍ଟିତ କରିଥିବାବେଳେ ଏଯାଏଁ 6 କୋଟି 3 ଲକ୍ଷ୍ୟ 26 ହଜାର 168 ଟଙ୍କା ପ୍ରଦାନ କରିଛି ।ତେବେ ଏହି ଆର୍ଥିକ ଆବଣ୍ଟନ ଓ ପ୍ରକୃତ ଦେଇଥିବା ଟଙ୍କାର ହିସାବ କଲେ କେନ୍ଦ୍ର ଆବାଣ୍ଟିତ ପରିମାଣର ମାତ୍ର ଅଧା ଓଡ଼ିଶାକୁ ଦେଇଛି । ଯାହାକୁ ନେଇ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସିଧା ସଳଖ କେନ୍ଦ୍ରକୁ ଦୋଷ ଦେବା ସହ ଆବାସ ଯୋଜନାକୁ ରାଜନୈତିକ ଅଭିସନ୍ଧି ନେଇ ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ପ୍ରତିବାଦ କରିବା ଆବଶ୍ୟକ ବୋଲି ସେ କହିବା ସହ ଗରିବୀ ଦୂରୀକରଣ ନାଁରେ କେନ୍ଦ୍ର ରାଜନୀତି କରୁଥିବା ସେ କହିଛନ୍ତି ।

0
0
0
s2sdefault