ହେଡଲାଇନସ୍:

ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ: ମନ୍ତ୍ରୀ ଡ. ଅରୁଣ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋଆ ବିଶ୍ୱବିଦ୍ୟାଳୟରେ ‘ସୋଆମୁନ୍-21’

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ୍ ୟୁନାଇଟେଡ୍ ନେସନସ୍ (ସୋଆମୁନ୍-2021) ଉଦ୍ଘାଟିତ ହୋଇଯାଇଛି କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡ. ସାହୁ କହିଲେ, ବିଶ୍ୱରେ କ’ଣ ସବୁ ଘଟିଯାଉଛି ତାହାକୁ ଅନୁଧ୍ୟାନ କର ବିଶ୍ୱର ସ୍ଥିତିକୁ ଦେଖି ପରିବେଶ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଆ ପରିବେଶ ସୁରକ୍ଷିତ ରହିଲେ ହିଁ ଆଗାମୀ ଭବିଷ୍ୟତ ଓ ମାନବ ସଭ୍ୟତା ବଞ୍ଚିବ |"
ସୋଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଡ. ସାହୁ ପ୍ରଶଂସା କରିଥିଲେ ସେ ପୁଣି କହିଲେ, ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପରିବେଶ ସଂରକ୍ଷଣ ଲାଗି ଦିଆଯାଉଥିବା ସହାୟତା ଉପରେ ଛାତ୍ରଛାତ୍ରୀ ସଚେତନ ହୁଅନ୍ତୁ ଏହି ଅବସରରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ସାହୁ ବିଶ୍ୱରେ ନିରନ୍ତର ବିକାଶ ଉପରେ ଅନେକ ପ୍ରଶ୍ନର ଉର ରଖିଥିଲେ ଏକ ଉନ୍ନତ ବିଶ୍ୱ ତିଆରି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ କହିଥିଲେ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ସୋଆମୁନର ଆବାହାକ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ | ସମ୍ମିଳନୀ ବିଷୟରେ ସୋଆମୁନର ସାଧାରଣ ସମ୍ପାଦକ ଆୟୁଷମାନ୍ ରାଏ କହିଥିବା ବେଳେ ଡାଇରେକ୍ଟର ଜେନେରାଲ୍ ସୁଭନ ଦେବନାଥ ଅତିଥିଙ୍କୁ ସ୍ବାଗତ କରିଥିଲେ |

0
0
0
s2sdefault