ହେଡଲାଇନସ୍:

ଗୋଆରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀରକୁ ତାଙ୍କ ଗ୍ରାମକୁ ପଠାଇଲା ଓଡ଼ିଶା-ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଭୀଷ୍ମଗିରି ଗ୍ରାମର ୨୪ ବର୍ଷିୟ ଯୁବକ ମୁକୁନ୍ଦ ନାୟକ ଆଜକୁ ୧୩ ବର୍ଷହେବ ଗୋଆରେ ରହି ଏକ ରେଷ୍ଟୁରାଣ୍ଟରେ କାମ କରିଆସୁଥିଲେ । ଗତ ଡିସେମ୍ବର ୨ ତାରିଖରେ ସେ ରହୁଥିବା ସ୍ଥାନରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ରେଷ୍ଟୁରାଣ୍ଟର ମାଲିକ ବିମାନ ଟିକେଟ କରାଇ ମୁକୁନ୍ଦଙ୍କର ପାର୍ଥିବ ଶରୀରକୁ ଗୋଆରୁ ଭୁବନେଶ୍ୱରକୁ ପଠାଇଦେଇଥିଲେ । ଭୁବନେଶ୍ୱର ବିମାନ ବନ୍ଦରରୁ ନିଜ ଗ୍ରାମକୁ ପଠାଇବା ପାଇଁ ତାଙ୍କ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିଲା । ପରିବାର ଲୋକେ ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରୟଣ ପାତ୍ରଙ୍କୁ ମୁକୁନ୍ଦଙ୍କ ପାର୍ଥିବ ଶରୀରକୁ ନିଜ ଗ୍ରାମକୁ ଫେରାଇଆଣିବାକୁ ଅନୁରୋଧ କରିଥିଲେ।

ଶ୍ରୀଯୁକ୍ତ ପାତ୍ର ଏହି ଖବର ଓଡ଼ିଶା-ମୋ ପରିବାରକୁ ଜଣାଇବାପରେ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା-ମୋ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଭୁବନେଶ୍ୱର ବିମାନ ବିନ୍ଦରରେ ପହଞ୍ଚି ସ୍ୱର୍ଗତଃ ମୁକୁନ୍ଦଙ୍କ ପାର୍ଥିବ ଶରୀରକୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ନିଜ ଗ୍ରାମକୁ ପଠାଇଦେଇଥିଲେ ।

0
0
0
s2sdefault