ଗନ୍ଧମାର୍ଦ୍ଦନ ବୁଲି ଦେଖିଲେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ବିଶ୍ୱର ସର୍ବ ପୁରାତନ ଚିକିତ୍ସା ପଦ୍ଧତି ହେଲା ଆୟୁର୍ବେଦ । ଆୟୁର୍ବେଦ ବିଶ୍ୱକୁ ଭାରତର ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ । ପୁରାତନ କାଳରୁ ଅନେକ ଋଷି ମୁନି ଏହି ଆୟୁର୍ବେଦ ଉପରେ ଗଭୀର ଗବେଷଣା କରି ସବୁ ପ୍ରକାର ରୋଗର ସଫଳ ଉପଚାର କରି ପାରୁଥିଲେ । ବର୍ତ୍ତମାନ ର ଆଧୁନିକ ଚିକିତ୍ସା ପଦ୍ଧତିର ସମୟରେ ମଧ୍ୟ ଆୟୁର୍ବେଦ ର ଏକ ସମ୍ମାନ ଜନକ ସ୍ୱତନ୍ତ୍ର ସ୍ଥାନ ରହିଛି ।
ବରଗଡ଼ ଜିଲ୍ଲା , ପାଇକମାଲ ବ୍ଲକ ମହାପ୍ରଭୁ ନୃସିଂହନାଥ ଙ୍କର ପୀଠ ତଥା ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ରହିଛି ଓଡ଼ିଶା ର ସୁନାମଧନ୍ୟ ଆୟୁର୍ବେଦ ମହାବିଦ୍ୟାଳୟ , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଏହା ପ୍ରତିଷ୍ଠାନ ନିଜସ୍ବ ଉଦ୍ୟମରେ ଆଜି ନିକକୁ ପ୍ରତିଷ୍ଠିତ କରିବା ସହିତ ଅନ୍ୟ ପ୍ରତିଷ୍ଠାନ ପାଇଁ ଉଦାହରଣ ସାଜିଛି । ଗନ୍ଧମାର୍ଦ୍ଦନ ପର୍ବତ ରେ ଭରି ରହିଛି ହଜାର ହଜାର ପ୍ରଜାତିର ଔଷଧୀୟ ବୃକ୍ଷ , ଲତା, ଓ ଗୁଳ୍ମ ,। ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ଡାକ୍ତର , ଓ ବିଶେଷଜ୍ଞ ମାନେ କ୍ରମାଗତ ଭାବରେ ଏହା ଉପରେ ଗବେଷଣା ଜାରି ରଖିଥିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତ୍ୟେକ ଗଛର ଔଷଧୀୟ ଉପକାରୀତା ଉପରେ ଜ୍ଞାନ ପ୍ରଦାନ କରିଥାନ୍ତି ।
ଏହି କ୍ରମରେ ଭାରତବର୍ଷର ସୁପ୍ରସିଦ୍ଧ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ତରଫରୁ ପଚିଶ ଜଣ ପିଜି ଛାତ୍ରଛାତ୍ରୀ ଗତ ତିନି ଦିନ ହେଲା ଗନ୍ଧମାର୍ଦ୍ଦନ ପର୍ବତ ତଥା ଲୁମ୍ବିନୀ ଉଦ୍ୟାନ ପରିଦର୍ଶନ କରିବା ସହିତ ଅଧିକ ଜ୍ଞାନ ଆହରଣ କରିଥିଲେ । ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଡାକ୍ତର ଶ୍ରୀ ଶିବ ପ୍ରସାଦ ମହାନ୍ତି , ଡାକ୍ତର ଅନୀଲ ପଟେଲ , ଡାକ୍ତର ବାଲାଜି ପାଣିଗ୍ରାହୀ , ତଥା ଲୁମ୍ବିନୀ ଭେଷଜ ଉଦ୍ୟାନର ପୁର୍ଣ ଚନ୍ଦ୍ର ଧଳ ପ୍ରମୁଖ ଗନ୍ଧମାର୍ଦ୍ଦନ ପର୍ବତର ତଥା ଲୁମ୍ବିନୀ ଉଦ୍ୟାନର ବିଭିନ୍ନ ବୃକ୍ଷ ଉପରେ ବୁଝାଇ ଥିଲେ । ଆଜି ଶେଷ ଦିନରେ ମହାବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇ ବାହାର ରାଜ୍ୟରୁ ଆସିଥିବା ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ , ମୁଖ୍ୟ ପରିଚାଳକ ଶ୍ରୀ ମନୋଜ କୁମାର ତ୍ରିବେଦୀ , ଅଧ୍ୟକ୍ଷା ଡାକ୍ତର କେ ଟି ରାଉତରାୟ ଉପସ୍ଥିତ ଥିଲେ ।

0
0
0
s2sdefault