ହେଡଲାଇନସ୍:

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ସିବିଏସଇର ନୂଆ ପରୀକ୍ଷା କେନ୍ଦ୍ର ମାନ୍ୟତା ଲାଭ କଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିକିରି/ ବୈକୁଣ୍ଠ ଦୁରିଆ : ଦୋରାଗୁଡାଠାରେ ଥିବା ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲକୁ ଚଳିତ ବର୍ଷ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଟର୍ମ-୧ ପରୀକ୍ଷା ପରିଚାଳନା କେନ୍ଦ୍ର ଭାବରେ ସିବିଏସଇ ମାନ୍ୟତା ପ୍ରଦାନ କରିଛି । ୨୦୧୬ରୁ ଛାତ୍ରଛାତ୍ରୀ ବହୁ କଷ୍ଟ ସ୍ୱୀକାର କରି ୫୦ କିଲୋମିଟର ଯାଇ ରାୟଗଡାରେ ବୋର୍ଡ ପରୀକ୍ଷା ଦେଉଥିଲେ । ସଂପ୍ରତି ଏହି ସ୍କୁଲକୁ ନିଜସ୍ୱ କେନ୍ଦ୍ର ଭାବରେ ପରିଣତ କରିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ, ସେମାନଙ୍କର ପିତାମାତା ଏବଂ ସ୍କୁଲର କର୍ମଚାରୀମାନେ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ୟୁନିଟ୍‍ ହେଡ ତଥା ପ୍ରେସିଡେଣ୍ଟ ଶ୍ରୀ ମଜହରୁଲ୍ଲା ବେଗ୍‍ ଏବିପିଏସ୍‍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମାନବ ସମ୍ବଳ ମୁଖ୍ୟ ଶ୍ରୀ ରାକେଶ ପ୍ରତାପ ସିଂ ଏବଂ ସିଏସଆର ହେଡ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ ଛାତ୍ରଛାତ୍ରୀ ଭଲ ପାଠ ପଢିବା ଏବଂ ସେମାନଙ୍କର ପରୀକ୍ଷାରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ନିଜସ୍ୱ ସ୍ଥାନରେ ଥିବା କେନ୍ଦ୍ରରେ ପରୀକ୍ଷା ଦେବା ନିମନ୍ତେ ସିବିଏସ୍‍ ଅନୁମତି ପ୍ରଦାନ କରିଥିବାରୁ ଏବିପିଏସ୍‍ର ପ୍ରିନସିପାଲ ଶ୍ରୀ ଏଲ ଏନ ଦାଶ ସିବିଏସଇ ଆଞ୍ଚଳିକ ଅଧିକାରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏଣିକି ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରାୟଗଡା ୫ରୁ ୬ ଦିନ ଯିବା ଆଉ ଆବଶ୍ୟକ ପଡିବ ନାହିଁ । ଏହାଦ୍ୱାରା ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପିତାମାତା ନିଃସନ୍ଦେହରେ ଆଶ୍ୱସ୍ତ ହୋଇଛନ୍ତି ।
ୟୁନିଡ ହେଡ୍‍ ଶ୍ରୀ ବେଗ୍‍ ତାଙ୍କ ଉଦ୍ବୋଧନରେ ଓସାପଡା କ୍ୟାମ୍ପସରେ ନୂଆ ସ୍କୁଲ କୋଠା ନିର୍ମାଣ ଶେଷ ହୋଇଥିବା ବିଷୟ ସୂଚନା ଦେଇଥିଲେ । ଆଧୁନିକ ଭିତ୍ତିଭୂମି, କ୍ରୀଡାଙ୍ଗନ ଏବଂ ଆବଶ୍ୟକ ସମସ୍ତ ଉପକରଣରେ ସଜ୍ଜିତ ଲାବୋରେଟୋରୀକୁ ନେଇ ଏହି ସ୍କୁଲ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲାରେ ଶିକ୍ଷାର ଏକ କେନ୍ଦ୍ର ହେବାକୁ ଯାଉଛି ।

0
0
0
s2sdefault