ହେଡଲାଇନସ୍:

ମାହାଙ୍ଗା ବ୍ଲକ୍ ପଲ୍ଲୀସାହି ପଞ୍ଚାୟତରେ ମିଶନଶକ୍ତି ପକ୍ଷରୁ ମହିଳା ସମାବେଶ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାରୀ ଶକ୍ତିର ଉତଥାନ ବିନା ବିକଶିତ ସମାଜର ପରିକଳ୍ପନା ଅଧୁରା -ମନ୍ତ୍ରୀ ପ୍ରତାପ ଜେନା

ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ)- ମହିଳା ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ସରକାର ମିଶନ ଶକ୍ତି ବିଭାଗ ତିଆରିକରିଛନ୍ତି | ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାକୁ ନିଷ୍ପତ୍ତି ନେବାରୁ, ମହିଳାମାନେ ସ୍ୱାବଲମ୍ବନଶୀଳ ହୋଇପାରିଛନ୍ତି | ସେମାନଙ୍କ ଆର୍ଥିକ ଅବସ୍ଥାରେ ବଡ଼ ପରିବର୍ତ୍ତନ ଆସିପାରିଛି | ଆଉ ଆମ ମାଆ-ଭଉଣୀ ମାନେ ଚୁଲି ମୁଣ୍ଡରେ ଅଟକି ନାହାନ୍ତି, ସେମାନେ ବହୁ କ୍ଷେତ୍ରରେ ଆଗୁଆବୋଲି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ !ମନ୍ତ୍ରୀ ଶ୍ରୀ ଜେନା ଆହୁରି କହିଲେ ସବୁ ବର୍ଗର ସହଯୋଗ ରହିଲେ ପଲ୍ଲୀସାହି ପଂଚାୟତ ମାହାଙ୍ଗା ବ୍ଲକରେ ମଡେଲ ପଂଚାୟତ ଭାବେ ପରିଗଣିତ ହୋଇପାରିବ |

ଏହି ମହିଳା ସମାବେଶ ଓ ସମୀକ୍ଷା ବୈଠକରେ ସିଡିପିଓ ପ୍ରମୋଦିନି ଦାଶ ସଭାପତିତ୍ୱ କରିଥିଲେ | ବ୍ଲକ ଚେୟାରମ୍ୟାନ ଶରତ ନାୟକ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ମହିଳା ଏସଏଚଜି ସଭାପତି ମନୋରମା ନାୟକ, ସୁପରଭାଇଜର କ୍ରାନ୍ତି ହେମ୍ବ୍ରମ,ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ମହିଳା ପ୍ରଗତି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛନ୍ତି ବୋଲି ମତ ଦେଇଥିଲେ | ଶହଶହ ମିଶନ ଶକ୍ତିସହ ଯୋଡିହୋଇ ଥିବା ମହିଳା ଆଜିର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ | ଏହି ଉତ୍ସବ ପରିଚାଳନାରେ ତାପସ ନାୟକ, ହିମାଂଶୁ ଦାଶ,ଦୀପ୍ତି ରଞ୍ଜନ ଦାସ, ଦାସ, ଦୀପକ ଦାସ, ସୁଶୀଲ ଶରଣ,ଶରତ ଦାସ, ହରମୋହନ ପଟ୍ଟନାୟକ, ଅଚ୍ୟୁତାନନ୍ଦ ମହାପାତ୍ର,ରବି ଦାସ,ନିରଞ୍ଜନ ପ୍ରଧାନ,ପ୍ରମୁଖ ସହଯୋଗ କରିବା ଦେଖିବାକୁ ମିଳିଥିଲା |

0
0
0
s2sdefault